ବଲିଉଡରେ ବି ସମାନ ସ୍ଥିତି

ବଲିଉଡରେ ବି ସମାନ ସ୍ଥିତି
Ipsita Picture
By: Ipsita


ଅନେକ ସମୟରେ ଅଭିନେତ୍ରୀଙ୍କୁ ଗୋଟିଏ ଗୋଟିଏ ବସ୍ତୁ ଭଳି ପ୍ରଦର୍ଶ କରିବାର ଅଭିଯୋଗ ସାଉଥ୍‌ ଇଣ୍ଡଷ୍ଟ୍ରୀ ଉପରେ ଲାଗିଥାଏ । ହେଲେ ଏହି ସଂକ୍ରାନ୍ତରେ ସାଉଥ ଅଭିନେତ୍ରୀ ରାଶି ଖନ୍ନା ନିଜର ମତ ଦେଇଛନ୍ତି, ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ରାଶି ବଲିଉଡ ଓ ସାଉଥ ଉଭୟ ସ୍ଥାନରେ କାର୍ଯ୍ୟ କରିଛନ୍ତି । ତାଙ୍କ ମତରେ କେବଳ ସାଉଥରେ ଅଭିନେତ୍ରୀଙ୍କ ସହିତ ଏଭଳି ନୁହେଁ ଏପରି ନୁହେଁ ବଲିଉଡରେ ମଧ୍ୟ ସମାନ ଘଟଣା ଘଟିଥାଏ । ସବୁସ୍ଥାନରେ ଅଭିନେତ୍ରୀଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଥାଏ । ସେହିଭଳି ତାଙ୍କ ଅନୁସାରେ କିଛି ଆକଫର ଏଭଳି ପରିସ୍ଥିତିକୁ ସହଜରେ ଗ୍ରହଣ କରନ୍ତି ହେଲେ କିଛି କରିପାରନ୍ତି ନାହିଁ । କିନ୍ତୁ ବଲିଉଡରେ ମଧ୍ୟ ଏଭଳି ହୋଇଥାଏ । ସେହିଭଳି ସେ ସବୁବେଳେ ନିଜ କାମ କରିବା ପୂର୍ବରୁ କିଭଳି ନିଜେ ସେହି ଚରିତ୍ର ପାଇଁ କମ୍ଫଟେବଲ ହୋଇପାରିବେ ସେନେଇ ଦେଖନ୍ତି । ରାଶିଙ୍କୁ ଖୁବଶୀଘ୍ର ଉସ୍ତାଦ ଭଗତ ସିଂରେ ଦେଖିବାକୁ ମିଳିବ । ପବନ କଲ୍ୟାଣ ଓ ଶ୍ରୀଲିଲାଙ୍କର ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବା ନେଇ ଯୋଜନା ରହିଛି । ଏହାସହିତ ତାଙ୍କୁ ସାହିଦ କପୁରଙ୍କ ସହିତ େଓ୍ୱବ ସିରିଜ୍‌ ଫର୍ଜି ସିଜନ ୨ରେ ଦେଖିବାକୁ ମିଳିବ, ଯାହାର ସୁଟିଂ ଖୁବ ଜଲଦି ଆରମ୍ଭ ହେବ ।

Read More ୨୩ ବର୍ଷ ପରେ ବିବାହ

Tags: