ଖୁସି ଅଛନ୍ତି ସାମନ୍ଥା
ଅଭିନେତ୍ରୀ ସାମନ୍ଥା ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ନିଜ ଲାଇଫର କିଛି ନିଷ୍ପତ୍ତିକୁ ନେଇ କଥା ହୋଇଛନ୍ତି । ତେବେ ଏହି ପୋଷ୍ଟରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ଏହି ଫଟୋରେ ସେ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହିତ ନଜର ଆସିଛନ୍ତି । ଯାହାପରେ ଲୋକମାନେ ତାଙ୍କର ଓ ରାଜଙ୍କ ସମ୍ପର୍କକୁ ନେଇ କଥା ହେବା ଆରମ୍ଭ କରିଛନ୍ତି । ଉଭୟ ଏଥିରେ ନିଜ ଡ୍ରେସ ମ୍ୟାଚିଂ କରି ପିନ୍ଧିଥିବା ଦେଖିବାକୁ ମିଳୁଛି, ଯାହା ସେମାନଙ୍କ ସମ୍ପର୍କରେ ମୋହର ବୋଲି ଫ୍ୟାନମାନେ ଚର୍ଚ୍ଚା କରୁଛନ୍ତି । ସେହିଭଳି ଏହି ପୋଷ୍ଟରେ ସାମନ୍ଥା ନିଜର ସାଙ୍ଗ ଓ ସମ୍ପର୍କୀୟଙ୍କୁ ଧନ୍ୟବାଦ ଦେଇଛନ୍ତି ଯେଉଁମାନେ ଗତ ଦେଢ ବର୍ଷ ଧରି ସେମାନଙ୍କ ସହିତ ରହିଛନ୍ତି । ଏହି ସମୟରେ ସେ ନିଜ କ୍ୟାରିୟରକୁ ନେଇ କିଛି ଭଲଭଲ ନିଷ୍ପତ୍ତି ନେଇଛନ୍ତି ଯାହା ତାଙ୍କ କ୍ୟାରିୟର ପାଇଁ ଖୁବ ଭଲ । ସେହିଭଳି ଆଗକୁ ସେ ଆହୁରି ଏଭଳି ବୋଲ୍ଡ ନିଷ୍ପତ୍ତି ନେବେ ବୋଲି ମତ ଦେଇଛନ୍ତି । ସେହିଭଳି ସେ ବର୍ତ୍ତମାନ ନିଜ ଜୀବନରେ ଖୁବ ଖୁସି ଅଛନ୍ତି ବୋଲି ସାମନ୍ଥା ପ୍ରକାଶ କରିଛନ୍ତି ।


