ଆକସନ କମେଡି କରିବେ ସଲମାନ
By: Ipsita
ସମ୍ବନ୍ଧିତ ଖବର ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା
ସଲମାନ ଖାନଙ୍କୁ ଖୁବ ଶୀଘ୍ର ଏକ ଆସନ୍ କମେଡି ଫିଲ୍ମରେ ଦେଖିବାକୁ ମିଳିବ । ବ୍ୟାଟଲ ଅଫ ଗଲବାନ ପରେ ତାଙ୍କୁ ଏକ ଭିନ୍ନ ସ୍ବାଦ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମନେଇ ଆଲୋଚନା ଆରମ୍ଭ ହୋଇଛି । ସୂଚନା ଅନୁସାରେ ଫ୍ୟାମିଲି ମ୍ୟାନ ସିରିଜର ପ୍ରସିଦ୍ଧ ମେକରଯୋଡି ରାଜ ଓ ଡିକେଙ୍କ ସହିତ ସଲମାନଙ୍କର କଥା ବାର୍ତ୍ତା ଆରମ୍ଭ ହୋଇଛି । ସେହିଭଳି ସଲମାନ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ଖୁବ ଆଗ୍ରହ ଦେଖାଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ପ୍ରୋଜେକ୍ଟରେ ଅଭିନେତାଙ୍କର ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିବବୋଲି ଆଲୋଚନା ହେଉଛି । ସେହିଭଳି ଫିଲ୍ମରେ ସଲମାନଙ୍କ ଚରିତ୍ରଟି ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଅନେକାଂଶରେ ମିଶିବ ବୋଲି ମେକର୍ସ ସୂଚନା ଦେଇଛନ୍ତି । ତେବେ ଏହି ପ୍ରୋଜେକ୍ଟଟି ବର୍ତ୍ତମାନ ଆରମ୍ଭ ଅବସ୍ଥାରେ ଅଛି । ଏପରିକି ଏହାକୁ ନେଇ କୌଣସି ଔପଚାରିକ ଘୋଷଣା ମଧ୍ୟ କରାଯାଇନାହିଁ । ତେଣୁ ଆଗକୁ ଜଣା ପଡିବ ଫିଲ୍ମଟି ନିର୍ମାଣ ହେଉଛି କି ନାହିଁ ।
ସମ୍ବନ୍ଧିତ ଖବର ଆକ୍ଟିଂ ଡେବ୍ୟୁ
Tags:



