ସଲମାନଙ୍କ ରାଗ

ସଲମାନଙ୍କ ରାଗ
Ipsita Picture
By: Ipsita
Published On

 

ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ ବାହାରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ସେଲିବ୍ରିଟି ଫଟୋଗ୍ରାଫର (ପାପାରାଜି)ଙ୍କ ମଧ୍ୟରେ ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ଜଣେ ନିକଟତର ବ୍ୟକ୍ତିଙ୍କୁ ଦେଖିବା ପାଇଁ ମଙ୍ଗଳବାର ରାତିରେ ହସ୍ପିଟାଲ ଯାଇଥିବା ସଲମାନ, ସେଠାରୁ ବାହାରିବା ସମୟରେ କିଛି ଫଟୋଗ୍ରାଫର ତାଙ୍କ ଆଗାମୀ ଚଳଚ୍ଚିତ୍ର 'ମାତୃଭୂମି'ର ନାଁ ନେଇ ଜୋରରେ ଚିତ୍କାର କରିଥିଲେ । ହେଲେ ପାପରାଜିଙ୍କର ଏଭଳି ବ୍ୟବହାରରେ ସଲମାନ ଭୀଷଣ କ୍ରୋଧିତ ହୋଇଥିଲେ ଏବଂ ଅନ୍ୟର ଦୁଃଖ ସମୟରେ ଏଭଳି ସମ୍ବେଦନହୀନ ଆଚରଣ ନକରିବାକୁ ଚେତାବନୀ ଦେଇଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ, ସଲମାନ ବିଳମ୍ବିତ ରାତିରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକାଧିକ ପୋଷ୍ଟ କରିଛନ୍ତି । ଏଥିରେ, ସେ ପାପରାଜିଙ୍କ ଜୀବିକା ପାଇଁ ସବୁବେଳେ ଗଣମାଧ୍ୟମକୁ ସହଯୋଗ କରିଆସିଛନ୍ତି, କିନ୍ତୁ କାହାର ଯନ୍ତ୍ରଣାକୁ ନେଇ ବ୍ୟବସାୟ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଲମାନ ଲେଖିଛନ୍ତି । ଏପରିକି ୬୦ ବର୍ଷ ବୟସରେ ମଧ୍ୟ ସେ ନିଜର ଅଧିକାର ପାଇଁ ଲଢ଼ିବା ଭୁଲିନାହାନ୍ତି ଏବଂ ଏଥିପାଇଁ ଜେଲ ଯିବାକୁ ବି ପ୍ରସ୍ତୁତ ଅଛନ୍ତି ବୋଲି ସଲମାନ ମତ ଦେଇଛନ୍ତି । ତେବେ କେବଳ ସଲମାନ ନୁହନ୍ତି, ଗତ ସୋମବାର ଏକ କାର୍ଯ୍ୟକ୍ରମରୁ ଫେରିବା ସମୟରେ ଅଭିନେତା ଗୋବିନ୍ଦାଙ୍କ ବଡିଗାର୍ଡ ଏବଂ ପାପାରାଜିଙ୍କ ମଧ୍ୟରେ ମଧ୍ୟ ଠେଲାପେଲାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯେଉଁଥିରେ ଗୋବିନ୍ଦାଙ୍କୁ ନିଜେ ଆସି ସମାଧାନ କରିବାକୁ ପଡ଼ିଥିଲା ।

Tags: