ସାହାଯ୍ୟର ହାତ ବଢ଼ାଇଲେ ଦବଙ୍ଗ ଖାଁ!

 ସଲମାନ ଖାନ ଏବେ ପୂରା ପରିବାର ସହ ମୁମ୍ବାଇ ନିକଟସ୍ଥ ନିଜ ଫାର୍ମ ହାଉସରେ ରହିଛନ୍ତି। ସେ ସେଠାରେ ରହି କରୋନା ଭାଇରସ ବେଳେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ଏକ ଭିଡିଓ କରି ନିକଟରେ ସେୟାର କରିଥିଲେ।   ଫାର୍ମହାଉସରୁ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ମିଶି ଏକ ଷ୍ଟୋର ରୁମରୁ ରାସନ ଓ ଖାଇବା ସାମଗ୍ରୀକୁ ବୋହି ନେଇ ପାଖରେ ଥିବା […]

Samaya Live Picture
Published On

 ସଲମାନ ଖାନ ଏବେ ପୂରା ପରିବାର ସହ ମୁମ୍ବାଇ ନିକଟସ୍ଥ ନିଜ ଫାର୍ମ ହାଉସରେ ରହିଛନ୍ତି। ସେ ସେଠାରେ ରହି କରୋନା ଭାଇରସ ବେଳେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ଏକ ଭିଡିଓ କରି ନିକଟରେ ସେୟାର କରିଥିଲେ।

 

ଫାର୍ମହାଉସରୁ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ମିଶି ଏକ ଷ୍ଟୋର ରୁମରୁ ରାସନ ଓ ଖାଇବା ସାମଗ୍ରୀକୁ ବୋହି ନେଇ ପାଖରେ ଥିବା ଶଗଡ଼ ଗାଡ଼ିରେ ରଖୁଥିବା ଦେଖିବାକୁ ମିଳିଛି। ପରେ ସେଠାରୁ ନେଇ ଠିଆ ହୋଇଥିଲା ଲୋକଙ୍କ ହାତକୁ ଦେଉଛନ୍ତି। ସଲମାନ ଫାର୍ମ ହାଉସ ଆଖପାଖରେ ଥିବା ଗାଁ ଲୋକଙ୍କୁ ରାସନ ସାମଗ୍ରୀ ଦେଉଛନ୍ତି।

ଭିଡିଓରେ ସଲମାନ ଖାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର ଓ ସଲମାନଙ୍କ ବନ୍ଧୁ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଉପସ୍ଥିତ ରହି ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି।

Tags: