କର୍ଣ୍ଣ ଭୂମିକାରେ ସଲମାନ

କର୍ଣ୍ଣ ଭୂମିକାରେ ସଲମାନ
Ipsita Picture
By: Ipsita
Published On

 

ସୁପରଷ୍ଟାର୍ ସଲମାନ ଖାନ୍ଙ୍କୁ ନେଇ ବଲିଉଡ୍ରେ ଏକ ବଡ଼ ଧରଣର ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଆଗକୁ ମହାଭାରତର ପ୍ରମୁଖ ଚରିତ୍ର 'କର୍ଣ୍ଣ' ଭୂମିକାରେ ଏକ ବଡ଼ ବଜେଟ୍ର ପିରିୟଡ୍ ଫିଲ୍ମରେ ନଜର ଆସିପାରନ୍ତି ବୋଲି ଜଣାପଡିଛି । ନ୍ୟାସନାଲ୍ ଆୱାର୍ଡ ବିଜେତା ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କ ନିର୍ଦ୍ଦେଶନା ଏବଂ ଫରହାନ ଅଖତରଙ୍କ ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ପ୍ରଯୋଜନାରେ ଏହା ନିର୍ମିତ ହେବାକୁ ଯାଉଛି । ଏହି ସ୍କ୍ରିପ୍ଟ ଶୁଣି ସଲମାନ ତୁରନ୍ତ ହଁ କରିବାସହ ଏହି ରୋଲ୍ ପାଇଁ ସେ ନିଜ ଲୁକ୍ରେ ମଧ୍ୟ ବଡ଼ ପରିବର୍ତ୍ତନ କରିବେବୋଲି ଜଣାପଡିଛି । ଯଦିଓ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ ତେବେ ଚର୍ଚ୍ଚା ଜୋରଦାର ହେଉଛି । ଏହାବାଦ୍ ସଲମାନଙ୍କ ଆଗାମୀ ଥିଏଟର ରିଲିଜ୍ ଫିଲ୍ମ 'ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍' ଆସନ୍ତା ୧୪ ଅଗଷ୍ଟ ୨୦୨୬ରେ ରିଲିଜ ହେବ ।  ବର୍ତ୍ତମାନ ସେ ନୟନତାରାଙ୍କ ସହ ନିର୍ଦ୍ଦେଶକ ୱାମଶୀ ପେଡିପଲ୍ଲୀଙ୍କ ଆକ୍ସନ ଫିଲ୍ମ 'SVC63'ର ସୁଟିଂରେ ବ୍ୟସ୍ତ ଅଛନ୍ତି, ଯାହା ଈଦ୍ ୨୦୨୭ରେ ରିଲିଜ୍ ହେବ । କେବଳ ସେତିକି ନୁହେଁ, ସଲମାନ ପ୍ରଥମ ଥର ପାଇଁ ରାଜ୍ ଆଣ୍ଡ ଡିକେଙ୍କ ନିର୍ଦ୍ଦେଶନାରେ ଏକ ସୁପରହିରୋ କମେଡି ଫିଲ୍ମରେ ମଧ୍ୟ କାମ କରିବାକୁ ଯାଉଛନ୍ତି ଏବଂ ଯୋଜନା ଅନୁଯାୟୀ ଏହି ସୁପରହିରୋ ଫିଲ୍ମ ଶେଷ କରିବା ପରେ ସେ ଏହି ପିରିୟଡ୍ ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି ବୋଲି ଜଣାପଡ଼ିଛି ।

Tags: