ସଲମାନଙ୍କ ୨୦ ମିନିଟ ସିନ୍‍ ପାଇଁ ୭.୫ କୋଟି

ସମୟ ଲାଇଭ୍‍,୨୮/୧: ଦବଙ୍ଗ ଖାନ୍‍ ସଲମାନ ଖାନ ଅଭିନୟ କରୁଥିବା ଫିଲ୍ମଗୁଡ଼ିକ ସାଧାରଣତଃ ବ୍ୟୟ ବହୁଳ ହୋଇଥାଏ। ତେବେ ସଲମାନ ଏବେ ତାଙ୍କର ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଇଦ୍‍ ଅବସରରେ ମାର୍ଚ୍ଚ ୨୨ ତାରିଖରେ ଏହି ଫିଲ୍ମ ରିଲିଜ୍‍ ହେବାକୁ ଥିବାବେଳେ ଏହାର ସୁଟିଂ ଏବେ ଗୋଆରେ ଚାଲିଛି। ତେବେ ଏହି ଫିଲ୍ମକୁ ନେଇ ନୂଆ ଖବର ସାମନାକୁ ଆସିଛି। ‘ରାଧେ’ର କ୍ଲାଇମାକ୍ସ ସିନ୍‍ ୨୦ ମିନିଟ୍‍ ଯାଏ ଚାଲିବ। ତେବେ ଚର୍ଚ୍ଚାର […]

Samaya Live Picture
Published On

ସମୟ ଲାଇଭ୍‍,୨୮/୧: ଦବଙ୍ଗ ଖାନ୍‍ ସଲମାନ ଖାନ ଅଭିନୟ କରୁଥିବା ଫିଲ୍ମଗୁଡ଼ିକ ସାଧାରଣତଃ ବ୍ୟୟ ବହୁଳ ହୋଇଥାଏ। ତେବେ ସଲମାନ ଏବେ ତାଙ୍କର ଆଗାମୀ ଫିଲ୍ମ ‘ରାଧେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଇଦ୍‍ ଅବସରରେ ମାର୍ଚ୍ଚ ୨୨ ତାରିଖରେ ଏହି ଫିଲ୍ମ ରିଲିଜ୍‍ ହେବାକୁ ଥିବାବେଳେ ଏହାର ସୁଟିଂ ଏବେ ଗୋଆରେ ଚାଲିଛି।
ତେବେ ଏହି ଫିଲ୍ମକୁ ନେଇ ନୂଆ ଖବର ସାମନାକୁ ଆସିଛି। ‘ରାଧେ’ର କ୍ଲାଇମାକ୍ସ ସିନ୍‍ ୨୦ ମିନିଟ୍‍ ଯାଏ ଚାଲିବ। ତେବେ ଚର୍ଚ୍ଚାର ବିଷୟ ଏହି କ୍ଲାଇମାକ୍ସ ସିନ୍‍ ସୁଟିଂ ପାଇଁ ଖର୍ଚ୍ଚ କରାଯିବ ୭.୫କୋଟି ଟଙ୍କା। ଏହି ସିନ୍‍ରେ ସଲମାନଙ୍କ ବିପକ୍ଷରେ ରଣଦୀପ ହୁଡ୍ଡା ନଜର ଆସିବେ। ଏହି ସିନ୍‍ର କିଛି ଅଂଶ ମୁମ୍ବାଇର ଏକ ଷ୍ଟୁଡ଼ିଓରେ ସୁଟିଂ ହେବାକୁ ଥିବାବେଳେ ଅବଶିଷ୍ଟାଂଶ ସୁଟିଂ ପାଇଁ ଟିମ୍‍ ଦୁବାଇ ଯିବ। ଏହି କ୍ଲାଇମାକ୍ସକୁ ପ୍ରଭୁଦେବା ପ୍ଲାନ କରିଛନ୍ତି। ସେହି ଅନୁସାରେ ବଜେଟ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।
ଏହି ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ କୋଲକାତା, ଜୟପୁର, ମୁମ୍ବାଇ ଓ ଦିଲ୍ଲୀରେ କରାଯାଇଛି।

 

ତେବେ ଇଦ୍‍ ଅବସରରେ ମୁକ୍ତି ଲାଭ କରିବାକୁଥିବା ଏହି ଫିଲ୍ମ ଖିଲାଡ଼ି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’କୁ ଟକ୍କର ଦେବ।

Tags: