ପୋଲିସ ଭୂମିକାରେ ସାଇ
ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର୍ ଧନୁଷଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଆଗାମୀ ସ୍ପାଏ ଆକ୍ସନ ଡ୍ରାମା ଚଳଚ୍ଚିତ୍ର 'ଡି ୫୫'କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ତେବେ ଏଥିରେ ଅଭିନେତ୍ରୀ ସାଇ ପଲ୍ଲବୀ ଜଣେ ମହିଳା ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବବୋଲି ଜଣାପଡିବା ପରେ ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜକୁମାର ପେରିଆସାମୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ହାଇ-ପ୍ରୋଫାଇଲ୍ ପ୍ରୋଜେକ୍ଟରେ ସାଇ ପଲ୍ଲବୀ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିବା ନେଇ ଆଲୋଚନା ହେଉଛି । ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ଫିଲ୍ମର ସୁଟିଂ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଏହାର ଶୀର୍ଷକ ଧନୁଷଙ୍କ ଚରିତ୍ର ଆଧାରରେ 'ଚେଲିୟାନ୍' ରଖାଯାଇଛି । ମାଲାୟାଲମ୍ ସୁପରଷ୍ଟାର୍ ମାମୁଟି ଏବଂ ଅଭିନେତ୍ରୀ ଶ୍ରୀଲୀଲା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ସୁଟିଂ ଜୁଲାଇ ୨୦୨୬ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଅପରପକ୍ଷରେ, ସାଇ ପଲ୍ଲବୀଙ୍କୁ ରଣବୀର କପୁର ଏବଂ ୟଶ୍ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ'ରେ ଦେଖିବାକୁ ମିଳିବ ।




