ଅର୍ଚ୍ଚନାଙ୍କୁ ଅଗ୍ନିକାଣ୍ଡରୁ ବଞ୍ଚାଇଲେ ଶାହରୁଖ, ନିଜେ ମଧ୍ୟ ହେଲେ କ୍ଷତାକ୍ତ

ସମୟ ଲାଇଭ,୩୦/୧୦: ରିଲ୍‍ ଲାଇଫ୍‍ରେ ଷ୍ଟଣ୍ଟ କରି ଦର୍ଶକଙ୍କ ମନ ଜିଣିପାରିଥିବା ଶାହରୁଖ ଖାନ୍‍ ଏବେ ରିୟଲ ଲାଇଫରେ ଦେଖାଇଛନ୍ତି ଷ୍ଟଣ୍ଟ। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜୁହୁସ୍ଥିତ ବାସଭବନ ‘ଜଲସା’ରେ ଦୀପାବଳି ପାର୍ଟି ଚାଲିଥିବା ବେଳେ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦ ଏକ ଅଘଟଣ ଶିକାର ହୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଅର୍ଚ୍ଚନା ତାଙ୍କ ଝିଅଙ୍କ ସହ ଅଗଣାରେ ଥିଲେ ଏହି ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ତେବେ ନିଆଁକୁ ଆୟତ୍ତ କରିବାରେ […]

Samaya Live Picture
Published On

ସମୟ ଲାଇଭ,୩୦/୧୦: ରିଲ୍‍ ଲାଇଫ୍‍ରେ ଷ୍ଟଣ୍ଟ କରି ଦର୍ଶକଙ୍କ ମନ ଜିଣିପାରିଥିବା ଶାହରୁଖ ଖାନ୍‍ ଏବେ ରିୟଲ ଲାଇଫରେ ଦେଖାଇଛନ୍ତି ଷ୍ଟଣ୍ଟ। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜୁହୁସ୍ଥିତ ବାସଭବନ ‘ଜଲସା’ରେ ଦୀପାବଳି ପାର୍ଟି ଚାଲିଥିବା ବେଳେ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦ ଏକ ଅଘଟଣ ଶିକାର ହୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଅର୍ଚ୍ଚନା ତାଙ୍କ ଝିଅଙ୍କ ସହ ଅଗଣାରେ ଥିଲେ ଏହି ସମୟରେ ଦୁର୍ଭାଗ୍ୟବଶତଃ ତାଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ତେବେ ନିଆଁକୁ ଆୟତ୍ତ କରିବାରେ ତିଳେ ହେଁ ହେଳା କରି ନଥିଲେ ଶାହରୁଖ। ତେବେ ଏହି ଅଗ୍ନିକାଣ୍ଡରେ ଅର୍ଚ୍ଚନାଙ୍କ ଡ଼ାହାଣ ହାତ ଓ ପାଦର କିଛି ଅଂଶ ଜଳିଯାଇଛି। ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି କରାଯିବ ସହ ସଂକ୍ରମଣରୁ ରକ୍ଷା ପରଇବା ପାଇଁ ତାଙ୍କୁ ଆଇସିୟୁରେ ରଖାଯାଇଛି।
ଅନ୍ୟପଟେ ଶାହରୁଖଙ୍କ ଜ୍ୟାକେଟରେ ନିଆଁ ଲାଗିଯିବା ଫଳରେ ତାଙ୍କୁ ମଧ୍ୟ ଆଘାତ ଲାଗିଛି।

Tags: