ଆଜି କିଙ୍ଗ ଖାନ୍ଙ୍କ ଜନ୍ମଦିନ
ସମୟ ଲାଇଭ,୨/୧୦: ଏକ ସଂଘର୍ଷପୂର୍ଣ୍ଣ ଜୀବନ କାଟି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ବଲିଉଡ଼ର କିଙ୍ଗ୍ ଶାହରୁଖ୍ ଖାନ୍। ତେବେ ରିଲ୍ ଳାଇଫ୍ରେ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିବା ଶାହରୁଖ ବାସ୍ତବ ଜୀବନରେ ମଧ୍ୟ ଖୁବ୍ ରୋମାଣ୍ଟିକ ଅଟନ୍ତି। ତେବେ ବାଦଶାହଙ୍କ ଜନ୍ମଦିନରେ ଜାଣନ୍ତୁ ପତ୍ନୀ ଗୌରୀ ଖାନ୍ଙ୍କ ସହ କେମତି ଗଢ଼ି ଉଠିଥିଲା ତାଙ୍କ ପ୍ରେମ ସମ୍ପର୍କ ଏବଂ କ’ଣ ହୋଇଥିଲା ପରିଣାମ। ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଶାହରୁଖ୍ ଯେତେବେଳେ ମାତ୍ର ୧୮ […]
ସମୟ ଲାଇଭ,୨/୧୦: ଏକ ସଂଘର୍ଷପୂର୍ଣ୍ଣ ଜୀବନ କାଟି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ବଲିଉଡ଼ର କିଙ୍ଗ୍ ଶାହରୁଖ୍ ଖାନ୍। ତେବେ ରିଲ୍ ଳାଇଫ୍ରେ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିବା ଶାହରୁଖ ବାସ୍ତବ ଜୀବନରେ ମଧ୍ୟ ଖୁବ୍ ରୋମାଣ୍ଟିକ ଅଟନ୍ତି। ତେବେ ବାଦଶାହଙ୍କ ଜନ୍ମଦିନରେ ଜାଣନ୍ତୁ ପତ୍ନୀ ଗୌରୀ ଖାନ୍ଙ୍କ ସହ କେମତି ଗଢ଼ି ଉଠିଥିଲା ତାଙ୍କ ପ୍ରେମ ସମ୍ପର୍କ ଏବଂ କ’ଣ ହୋଇଥିଲା ପରିଣାମ।
ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଶାହରୁଖ୍ ଯେତେବେଳେ ମାତ୍ର ୧୮ ବର୍ଷ ବୟସର ହୋଇଥିଲେ ସେତେବେଳେ ସେ ଗୌରୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କର ପ୍ରଥମ ଡ଼େଟ୍ ଦିଲ୍ଲୀରେ ହୋଇଥିବା ପୂର୍ବରୁ କେତକ ଗଣମାଧ୍ୟମରେ ଖବର ଆସିଛି।
ତେବେ ଏହି ଡ଼େଟ୍ ମାତ୍ର ୫ମିନିଟ୍ ଅବଧିର ଥିଲା। ତେବେ ଶାହରୁଖ୍ଙ୍କ ଜଣେ ବନ୍ଧୁଙ୍କ ପାର୍ଟିରେ ସେ ପ୍ରଥମେ ଗୌରୀଙ୍କୁ ଦେଖିଥିଲେ ପରେ ସେ ଗୌରୀଙ୍କ ଘର ଖୋଜି ବାହାର କରିଥିଲେ। ପ୍ରଥମେ କଥାବାର୍ତ୍ତା ଓ ପରେ ସାକ୍ଷାତ ଏପରି ଭାବେ ଉଭୟଙ୍କ ବନ୍ଧୁତା ପ୍ରେମର ରୂପ ନେଇଥିଲା।
ତେବେ ଯେତେବେଳେ ସେ ଗୌରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ଅନେକ ଥର ରେଳ ଷ୍ଟେସନରେ ଶୋଇବାକୁ ପଡ଼ିଥିଲା।
ଖବର ଅନୁଯାୟୀ,ଗୌରୀ ଏକଦା ଶାହରୁଖଙ୍କୁ ନଜଣାଇ ମୁମ୍ବାଇ ପଳାଇଆସିଥିଲେ। ସେତେବେଳେ ଦିଲ୍ୱାଲେ ଶାହରୁଖ ଅନୁଭବ କରିଥିଲେ ଯେ ସେ ଗୌରୀଙ୍କ ବିନା ରହିପାରିବେ ନାହିଁ। ମା’ଙ୍କ ଠାରୁ ୧୦ ହଜାର ଟଙ୍କା ନେଇ ସେ ଗୌରୀଙ୍କୁ ଖୋଜିବାକୁ ବାହାରିଥିଲେ ଏବଂ ଖୋଜି ପାଇଯାଇଥିଲେ ମଧ୍ୟ। 
୧୯୯୧ ମସିହା ୨୫ ଅକ୍ଟୋବରରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ତେବେ ତାଙ୍କ ବିବାହରେ ସୁଟ୍ ପିନ୍ଧିବା ପାଇଁ ସେ ‘ରାଜୁ ବନଗୟା ଜେଣ୍ଟଲମ୍ୟାନ୍’ ସୁଟିଂ ସେଟରୁ ସେ ଉଧାର ଆଣିଥିବା କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ତିନି ସନ୍ତାନ ଆର୍ୟନ, ସୁହାନା ଏବଂ ଆବ୍ରାହମ୍ଙ୍କ ସହ ଏହି ଦମ୍ପତ୍ତି ଆଜି ବି ହସଖୁସିର ଜୀବନ ବିତାଉଛନ୍ତି।




