ଗୁଜବ ନା ସତ

ଗୁଜବ ନା ସତ
Ipsita Picture
By: Ipsita
Published On

 

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଗତ ୧୯ ଜୁନ୍ ୨୦୨୬ରେ ମୁକ୍ତିଲାଭ କରିଥିବା ତାଙ୍କର ନୂଆ ତେଲୁଗୁ ଚଳଚ୍ଚିତ୍ର ମା ଇଣ୍ଟି ବଙ୍ଗାରମ୍କୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳୁଥିବା ବେଳେ ତାଙ୍କ ଅଭିନୟକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଉଛି । ଏହି ସଫଳତା ମଧ୍ୟରେ ସାମନ୍ଥାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଯେତେବେଳେ ମେଗାଷ୍ଟାର ଚିରଞ୍ଜୀବୀ ନିଜ ପତ୍ନୀ ସୁରେଖାଙ୍କ ସହ ସାମନ୍ଥା ଏବଂ ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ୍ ନିଦିମୋରୁଙ୍କୁ ଭେଟିବାକୁ ପହଞ୍ଚିଥିଲେ, ସେତେବେଳେ ଏହା ଅଧିକ ଚର୍ଚ୍ଚାରେ ରହିଛି । ଏହି ସାକ୍ଷାତକାର ସମୟରେ ଚିରଞ୍ଜୀବୀ ନବଦମ୍ପତିଙ୍କୁ ଗୁଲଦସ୍ତା ଦେଇ ଶୁଭେଚ୍ଛା ଜଣାଇବା ସହ ସାମନ୍ଥାଙ୍କୁ ଶାଢ଼ୀ ଏବଂ ଅନ୍ୟାନ୍ୟ ଉପହାର ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି । ଏହି ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସାମନ୍ଥା ଗର୍ଭବତୀ ଥିବା ନେଇ ପ୍ରଶଂସକଙ୍କ ମଧ୍ୟରେ ଅନୁମାନ ଓ ଚର୍ଚ୍ଚା ଅଧିକ ତୀବ୍ର ହୋଇଛି । ତେବେ ଏହି ଗୁଜବକୁ ନେଇ ସାମନ୍ଥା କିମ୍ବା ରାଜ୍ ନିଦିମୋରୁଙ୍କ ପକ୍ଷରୁ କୌଣସ ସ୍ପଷ୍ଟୀକରଣ ଆସିନାହିଁ । ତେଣୁ ଏହା ଗୁଜବ କି ସତ୍ୟ ତାହା ଜଣା ପଡୁନାହିଁ  ।

Tags: