ପୁଣି କରିବେ ରୋମାନ୍ସ

ପୁଣି କରିବେ ରୋମାନ୍ସ
Ipsita Picture
By: Ipsita
Published On

 

ବଡ଼ ପରଦାରେ ପୁଣି ଫେରିବ ରୋମାନ୍ସର ଯାଦୁ । କିଙ୍ଗ୍ପରେ ରୋମାଣ୍ଟିକ ଅବତାରରେ ନଜର ଆସିବେ ବଲିଉଡ ବାଦଶାହ ଶାହରୁଖ ଖାନ। ନିଜର ଆକ୍ସନ ଅବତାରରେ ବକ୍ସ ଅଫିସରେ ଧମାଲ କରିବା ପରେ ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ ପୁଣିଥରେ ନିଜର ପୁରୁଣା ରୋମାଣ୍ଟିକ ଅନ୍ଦାଜକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ସୂଚନା ଅନୁସାରେ ଆଗକୁ ତାଙ୍କୁ ଏକ ବଡ଼ ବଜେଟର ରୋମାଣ୍ଟିକ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମରେ କ୍ଲାସିକ ପ୍ରେମ କାହାଣୀକୁ ଆଧୁନିକ ଶୈଳୀରେ ଉପସ୍ଥାପନ କରାଯିବ ।  ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କୁ ଏକ ଭିଣ୍ଟେଜ୍ ଲୁକ୍ରେ ଦେଖିବାକୁ ମିଳିବ, ଯାହା ଦର୍ଶକଙ୍କୁ ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେଏବଂ ବୀର-ଜାରାଭଳି ପୁରୁଣା ସୁପରହିଟ୍ ଫିଲ୍ମର ସ୍ମୃତି ମନେ ପକାଇଦେବ । ନିର୍ମାତାମାନେ ଏହି ପ୍ରୋଜେକ୍ଟକୁ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ କରିବାକୁ ଯୋଜନା କରୁଥିବାବେଳେ ଶାହରୁଖ ଏଥିରେ ଏକ ଗମ୍ଭୀର ତଥା ପରିପକ୍ୱ ଚରିତ୍ରରେ ଅଭିନୟ କରିବେ। ପଠାନଜୱାନଭଳି ବ୍ଲକବଷ୍ଟର ଆକ୍ସନ ଫିଲ୍ମ ପରେ ଶାହରୁଖଙ୍କ ଏହି ରୋମାଣ୍ଟିକ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ ସାରା ଦେଶର ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବଲଉଡର ରୋମାନ୍ସର କିଙ୍ଗ କୁହାଯାଉଥିବା ଶାହରୁଖଙ୍କ ରୋମାନ୍ସକୁ ଦେଖିବାକୁ ସିନେପ୍ରେମୀ ଚାହିଁ ବସିଛନ୍ତି ।

Tags: