ରିସ୍କ ନେଉଛନ୍ତି କି ଭୂମି

ରିସ୍କ ନେଉଛନ୍ତି କି ଭୂମି
Ipsita Picture
By: Ipsita

ନିକଟରେ ଭୂମି ପେଡନାକର ଏକ ପ୍ରୋଜେକଫରେ ଆସିବା ନେଇ ଜଣା ପଡିଛି । ହେଲେ ଏହା ଜଣା ପଡିବା ପରେ ଭୂମି ଏହି ଫିଲ୍ମ ପାଇଁ ରିସ୍କ ନେଇଥିବାନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ଆରମ୍ଭ ହେଲାଣି । କାରଣ ଏଥିରେ ଭୂମିଙ୍କ ସହିତ ଲିଡରେ ନଜର ଆସିବେ ଅଭିନେତା ଇମ୍ରାନ ଖାନ । ଇମ୍ରାନ ପାଖାପାଖି ୧୦ ବର୍ଷ ପରେ ପରଦାକୁ ଫେରିବାକୁ ଯାଉଛନ୍ତି । ହେଲେ ଦର୍ଶକ ତାଙ୍କୁ କିଭଳି ଗ୍ରହଣ କରିବେ ତାର ହିସାବ କାହା ପାଖେ ନାହିଁ । ତେଣୁ ଏହି ପରିସ୍ଥିତିରେ ଭୂମି ତାଙ୍କ ସହ ଲିଡ୍‌ରେ ଅଭିନୟ କରିବା ଭୂମିଙ୍କର ରିସ୍କ ଟେକିଂ ଫ୍ୟାକଫର ବୋଲି ଫ୍ୟାନମାନେ ଆଲୋଚନା କରୁଛନ୍ତି । ବର୍ତ୍ତମାନସୁଦ୍ଧା ଫିଲ୍ମ ବିଷୟରେ ସେଭଳି କିଛି ସୂଚନା ନାହିଁ । ଫିଲ୍ମଟି ୨୦୧୦ର ଫିଲ୍ମ ବ୍ରେକ କେ ବାଦର ସିକୁଏଲ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ଦେଖିବାକୁ ବାକି ରହିଲା ଫିଲ୍ମଟିକୁ ଦର୍ଶକ କିଭଳି ଗ୍ରହଣ କରୁଛନ୍ତି । ଇମ୍ରାନ ଅନେକଦିନ ହେବ ଫିଲ୍ମକୁ ନେଇ ବିଭିନ୍ନ ମିଡିଆରେ ବାଇଟ ଦେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଏତେ ବର୍ଷ ପରେ ସେ ପରଦାକୁ ଫେରିଥିବାରୁ ଖୁବ ଖୁସି ଅଛନ୍ତି, ଏବଂ ଏଥିରେ କିଛି ବଡ କଥା ନାହିଁ ବୋଲି ସେ ମିଡିଆରେ ପ୍ରକାଶ କରିଛନ୍ତି । ଜଣେ ଅଭିନେତା କ୍ଷେତ୍ରରେ ଏହା ଖୁବ ପ୍ରାକୃତିକ ପ୍ରକ୍ରିୟା ବାଲୋ ସେ ମିଡିଆକୁ ମତ ଦେଉଥିବାର ଦେଖିବାକୁ ମିଳିଛି । ସେହିଭଳି ନିଜ ଫ୍ୟାନଙ୍କ ଉପରେ ତାଙ୍କର ଭରସା ଅଛି ବୋଲି ମଧ୍ୟ ସେ ମତ ଦେଇଛନ୍ତି । ଇମ୍ରାନଙ୍କୁ ଶେଷଥର ପାଇଁ ୨୦୧୫ରେ କଟିବଟିରେ ଦେଖିବାକୁ ମିଳିଥିଲା, ଯେଉଁଁଥିରେ ସେ କଙ୍ଗନା ରାଣାଓ୍ୱତଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ ।

Read More ପୁଣି ଏକ ବଡ ପ୍ରୋଜେକ୍ଟରେ

Tags:

Related Posts