ରିଲେସନ୍ସିପ୍ରେ ମୋହର
ଶ୍ରଦ୍ଧା କପୁର ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକଫିଭ ରହିଥାଆନ୍ତି । ନିଜ ଲାଇଫ୍କୁ ନେଇ ବିଭିନ୍ନ ତଥ୍ୟ ସେ ସୋସିଆଲ ମିଡିଆରେ ଦେଇଥାଆନ୍ତି, ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ । ନିକଟରେ ନିଜ ଲଭ୍ଲାଇଫ୍ ବିଷୟରେ ଶ୍ରଦ୍ଧା ସୋସିଆଲ ମିଡିଆରେ ହିଁ ସୂଚନା ଦେଇଛନ୍ତି । ଶ୍ରଦ୍ଧା ନିଜ ଲଙ୍ଗ ଟାଇମ୍ ରୁ୍ୟମର ବୟଫ୍ରେଣ୍ଡ୍ ରାହୁଲ ମୋଦିଙ୍କ ନାଁରେ ମୋହର ମାରିଛନ୍ତି । ଯାହାକୁ ନେଇ ଶ୍ରଦ୍ଧାଙ୍କ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଲୋଚନା ଚାଲିଛି । […]
ଶ୍ରଦ୍ଧା କପୁର ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକଫିଭ ରହିଥାଆନ୍ତି । ନିଜ ଲାଇଫ୍କୁ ନେଇ ବିଭିନ୍ନ ତଥ୍ୟ ସେ ସୋସିଆଲ ମିଡିଆରେ ଦେଇଥାଆନ୍ତି, ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ । ନିକଟରେ ନିଜ ଲଭ୍ଲାଇଫ୍ ବିଷୟରେ ଶ୍ରଦ୍ଧା ସୋସିଆଲ ମିଡିଆରେ ହିଁ ସୂଚନା ଦେଇଛନ୍ତି । ଶ୍ରଦ୍ଧା ନିଜ ଲଙ୍ଗ ଟାଇମ୍ ରୁ୍ୟମର ବୟଫ୍ରେଣ୍ଡ୍ ରାହୁଲ ମୋଦିଙ୍କ ନାଁରେ ମୋହର ମାରିଛନ୍ତି । ଯାହାକୁ ନେଇ ଶ୍ରଦ୍ଧାଙ୍କ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଲୋଚନା ଚାଲିଛି । ଖୁବ ଦିନ ଧରି ରାହୁଲ ଓ ଶ୍ରଦ୍ଧାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା । ଶ୍ରଦ୍ଧା ଏ ସମ୍ପର୍କରେ ଉଭୟଙ୍କର ଏକ ଫଟୋ ସହିତ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ରାହୁଲଙ୍କୁ ତାଙ୍କ ହାର୍ଟ ବଦଳରେ ନିଦ ଫେରାଇବାକୁ ଅନୁରୋଧ କରିଛନ୍ତି, ଯାହାକୁ ଫ୍ୟାନମାନେ ଶ୍ରଦ୍ଧା ନିଜର ରିଲେସନ୍ ସିପ୍ ଉପରେ ମୋହର ମାରିଥିବା ନେଇ ଆକଳନ କରିଛନ୍ତି। ସୂଚନା ଅନୁସାରେ ଶ୍ରଦ୍ଧାଙ୍କର ସାକ୍ଷାତ ରାହୁଲଙ୍କ ସହିତ ‘ତୁ ଝୁଠି ମେ ମକ୍କାର’ ଫିଲ୍ମର ସେଟ୍ରେ ହୋଇଥିଲା । ପେଷାରେ ରାହୁଲ ଜଣେ ଲେଖକ । ଉଭୟଙ୍କ ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲେ ବି ଉଭୟ କେହି ବି ଏହାକୁ ଅଫିସିଆଲ କରିନଥିଲେ ।




