ଉର୍ମିଳାଙ୍କ ସହିତ ସମ୍ପର୍କ
ଫିଲ୍ମମେକର ରାମ ଗୋମାଲ ବର୍ମା ଓ ଅଭିନେତ୍ରୀ ଉର୍ମିଳାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ ନିକଟରେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ନିଜେ ରାମ ଗୋପାଲ । ଉର୍ମିଳା ସେତେବେଳେର ସବୁଠାରୁ ଭର୍ସାଟାଇଲ ଅଭିନେତ୍ରୀ ଥିଲେ ତେଣୁ ସେ ତାଙ୍କ ଅଧିକ କାମ କରିଛନ୍ତି । ସେହିଭଳି ସେ ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଅଧିକ କାମ କରିଛନ୍ତି, ହେଲେ ତା ସମ୍ପର୍କରେ କେହି କଥା ହୁଅନ୍ତି ନାହିଁ । ଖାଲି ଉର୍ମିଳାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ ବୋଲି ରାମ ଗୋପାଲ ମତ ଦେଇଛନ୍ତି । ସୂଚନା ଅନୁସାରେ ରାମ ଗୋପାଲ ବର୍ମା ଉର୍ମିଳାଙ୍କୁ ନେଇ ୧୯୯୦ରୁ ୨୦୦୦ ମଧ୍ୟରେ ରଙ୍ଗୀଲା, ସତ୍ୟା, ଦୌଡ, ଭୁତ ଭଳି ଅନେକ ସିନେମା ନିର୍ମାଣ କରିଛନ୍ତି । ଏହି ସମୟରେ ଉଭୟଙ୍କର ପ୍ରେମ ସମ୍ପର୍କ ଥିବାନେଇ ଆଲୋଚନା ହୋଇଥାଏ । ହେଲେ ଉଭୟଙ୍କ ପକ୍ଷରୁ କେବେ ବି ଏହାକୁ ନେଇ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଆସିନାହିଁ । ସେହିଭଳି ଆଗକୁ ରାମ ଗୋପାଲଙ୍କର ଏକ ନୂଆ ପ୍ରୋଜେକଫ ଆସିବାକୁ ଯାଉଛି, ଯେଉଁଥିରେ ମନୋଜ ବାଜପାୟୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଏକ ହରର ଷ୍ଟୋରୀ ବୋଲି ଜଣା ପଡିଛି ।


