ରିଜେକ୍ଟ କରିଥିଲେ ବଡ ପ୍ରୋଜେକ୍ଟ

ରିଜେକ୍ଟ କରିଥିଲେ ବଡ ପ୍ରୋଜେକ୍ଟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପସନ୍ଦ ଆସୁଛି କେମେଷ୍ଟ୍ରୀ

ବଲିଉଡର ଅଭିନେତ୍ରୀ ରବିନା ଟଣ୍ଡନ ନିକଟରେ ଏକ ସାକ୍ଷାତକାରରେ ନିଜର ଚଳଚ୍ଚିତ୍ର କ୍ୟାରିୟରକୁ ନେଇ ମନଖୋଲି କଥା ହୋଇଛନ୍ତି । ଯେଉଁଥିରେ ସେ ବ୍ଲକବଷ୍ଟର ଚଳଚ୍ଚିତ୍ର 'କୁଛ କୁଛ ହୋତା ହୈ'କୁ ରିଜେକ୍ଟ କରିବାର ପ୍ରକୃତ କାରଣ ପ୍ରକାଶ କରିଛନ୍ତି । ଶାହରୁଖ ଖାନ ଓ କାଜୋଲଙ୍କ ଅଭିନୀତ ଏହି ସିନେମାରେ 'ଟିନା ମାଲହୋତ୍ରା' ଭୂମିକା ପାଇଁ ପ୍ରଥମେ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେହି ସମୟରେ ସେ ନିଜ କ୍ୟାରିୟରର ପିକ ଟାଇମରେ ଦ୍ୱିତୀୟ ମୁଖ୍ୟ ନାୟିକା ଭାବେ କାମ କରିବାକୁ ଚାହୁଁନଥିଲେ । 'ମୋହରା' ଭଳି ସୁପରହିଟ୍ ଫିଲ୍ମ ଦେବା ପରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ରବିନାଙ୍କ ମତରେ, ଜଣେ ସୋଲୋ ହିରୋଇନ୍ ଭାବେ ନିଜର କ୍ୟାରିୟରକୁ ଆଗକୁ ବଢ଼ାଇବା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ସେହିଭଳି ଏହି ଭୂମିକାଟି ସେତେବେଳେ ନବାଗତା ରାନୀ ମୁଖାର୍ଜୀଙ୍କ ପାଇଁ ବେଶ୍ ଉପଯୁକ୍ତ ଥିଲା କାରଣ ସେ ଜଣେ 'ଫ୍ରେଶ୍ ଫେସ୍' ଥିଲେ, ବୋଲି ରବିନା ଏହି ସାକ୍ଷାତକାରରେ ପ୍ରକଶ କରିଛନ୍ତି । ନିର୍ଦ୍ଦେଶକ କରଣ ଜୋହର ତାଙ୍କର ଜଣେ ଭଲ ବନ୍ଧୁ ହୋଇଥିବାରୁ ଏହି ନିଷ୍ପତ୍ତି ପାଇଁ ସେ କିଛି ସମୟ ରବିନାଙ୍କ ଉପରେ ଅସନ୍ତୁଷ୍ଟ ଥିବା କଥା ଅଭିନେତ୍ରୀ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଯେଉଁ ବର୍ଷ 'କୁଛ କୁଛ ହୋତା ହୈ' ରିଲିଜ ହୋଇ ନୂଆ ରେକର୍ଡ ଗଢ଼ିଥିଲା, ସେହି ବର୍ଷ ରବିନା ମଧ୍ୟ 'ଦୁଲହେ ରାଜା' ଏବଂ 'ବଡେ ମିୟାଁ ଛୋଟେ ମିୟାଁ' ଭଳି ଦୁଇଟି ବଡ଼ ହିଟ୍ ଚଳଚ୍ଚିତ୍ର ଦେଇ ନିଜର ସୋଲୋ ଷ୍ଟାରଡମ୍ ବଜାୟ ରଖିବାରେ ସଫଳ ହୋଇଥିଲେ । ତେଣୁ ରବିନା ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଗର୍ବ କରିଥାଆନ୍ତି ।

ସମ୍ବନ୍ଧିତ ଖବର ପ୍ରକାଶରାଜଙ୍କ ଏଣ୍ଟ୍ରି

Tags: