ମିଳିଥିଲା ଅନଲକି ଟାଇଟଲ

ମିଳିଥିଲା ଅନଲକି ଟାଇଟଲ
Ipsita Picture
By: Ipsita
Published On

 

ବଲିଉଡ୍‌ରେ ନାରୀ କୈନ୍ଦ୍ରିକ ଫିଲ୍ମକୁ ଏକ ନୂତନ ପରିଚୟ ଦେଇଥିବା ପରିଚିତ ଅଭିନେତ୍ରୀ ବିଦ୍ୟା ବାଲନ୍ ‘କାହାଣୀ’, ‘ଦ ଡର୍ଟି ପିକ୍ଚର୍’ ଓ ‘ତୁମ୍ହାରୀ ସୁଲୁ’ ଭଳି ଫିଲ୍ମରେ ନିଜର ଜବରଦସ୍ତ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ  ତାଙ୍କର ଏହି ସଫଳତା ଯାତ୍ରା ଏତେ ସହଜ ନଥିଲା ।  କ୍ୟାରିୟର୍ ଆରମ୍ଭରେ ତାଙ୍କୁ ‘ଅନଲକି’ କୁହାଯାଇ ଏକାଧିକ ଫିଲ୍ମରୁ ବାହାର କରିଦିଆଯାଇଥିଲା । ଏପରିକି ତାଙ୍କ ଅଭିନୀତ ପ୍ରଥମ ମାଲାୟଲମ୍ ଫିଲ୍ମ ବନ୍ଦ ହେବାର ଦୋଷ ମଧ୍ୟ ତାଙ୍କ ମୁଣ୍ଡରେ ଲଦି ଦିଆଯାଇଥିଲା ।  ଜଣେ ନିର୍ମାତା ତାଙ୍କ ଲୁକ୍‌କୁ ନେଇ "ସେ କ’ଣ ହିରୋଇନ୍ ଭଳି ଦେଖାଯାଆନ୍ତି?" ବୋଲି ଅପମାନଜନକ ପ୍ରଶ୍ନ ମଧ୍ୟ କରିଥିଲେ, ହେଲେ ଏସମସ୍ତ ଘଟଣା ବିଦ୍ୟାଙ୍କୁ ଭାଙ୍ଗି ପାରିନଥିଲା । ସେ ନିଜର ପରିଶ୍ରମ ଜାରି ରଖିଥିଲେ, ଯାହା ତାଙ୍କୁ ସବୁବେଳେ ଆଗରୁ ବଢାଇଥିଲା । ତାଙ୍କର ବଳିଷ୍ଟ ଅଭିନୟ, ସୁନ୍ଦର ନୃତ୍ୟଶୈଳୀ ତାଙ୍କୁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ପରିବାରର ଦୃଢ଼ ସମର୍ଥନ ଏବଂ ନିଜ ଆତ୍ମବିଶ୍ୱାସ ବଳରେ ସେ ଏହି ସବୁ ସଂଘର୍ଷକୁ ପଛରେ ପକାଇ ଆଜି ବଲିଉଡ୍‌ର ଜଣେ ଶୀର୍ଷ ସ୍ଥାନୀୟ ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Tags: