ନୂଆ ଫିଲ୍ମପାଇଁ ରେଡି

ନୂଆ ଫିଲ୍ମପାଇଁ ରେଡି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାର୍ତ୍ତିକଙ୍କ ଗର୍ଲଫ୍ରେଣ୍ଡ କରୀନା !

ଆଗକୁ ନିର୍ଦ୍ଦେଶକ ଅଟଲୀଙ୍କର ଫିଲ୍ମ ଆସିବାକୁ ଯାଉଛି ଯେଉଁଥିରେ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିବ । ତେବେ ମିଳିଥିବା ସୂଚନା ଅନୁସାରେ ଏଥିରେ ଖୁବଶୀଘ୍ର ଏଣ୍ଟ୍ରି ମାରିବେ ଟାଇଗର ସ୍ରଫ । ଅଟଲିଙ୍କ ଯୋଜନା ଅନୁସାରେ ସେ ଉଭୟ ବଲିଉଡ ଓ ଟଲିଉଡରୁ ଷ୍ଟାରଙ୍କୁ ନେଇ ଏହି ଫିଲ୍ମଟି ନିର୍ମାଣ କରିବାକୁ ଯାଉଛନ୍ତି । ସେହିଭଳି ଏଭଳି ବଡ ପ୍ରୋଦେକ୍ଟକୁ ଟାଇଗର ମଧ୍ୟ ଆକ୍ସେପ୍ଟ କରିଥିବା ଜଣା ପଡିଛି । ତେବେ ଟାଇଗରଙ୍କ ଚରିତ୍ର ନେଇ ସେଭଳି କିଛି ତଥ୍ୟ ଜଣାପଡିନାହିଁ । ଫିଲ୍ମଟି ଟାଇଗରଙ୍କ କ୍ୟାରିୟରର ଟର୍ଣ୍ଣିପଏଣ୍ଟ ହେବ ବୋଲି ସମୀକ୍ଷକ ମତ ଦେଉଛନ୍ତି । ପୂର୍ବରୁ ମଧ୍ୟ ଟାଇଗରଙ୍କର ଡ୍ୟାନ୍ସ ଓ ଅଭିନୟକୁ ଦର୍ଶକ ଖୁବ ଭଲ ପାଇବା ଦେଇଛନ୍ତି ତେଣୁ ଏହି ପ୍ରୋଜେକ୍ଟକୁ ମଧ୍ୟ ଦର୍ଶକ ଖୁବ ଭଲ ପାଇବା ଦେବେ ବୋଲି ମେକର୍ସ ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର କ୍ୟାରିୟରରେ ପୂର୍ଣ୍ଣଛେଦ

Tags: