ରି- ରିଲିଜ୍
ବାହୁବଳୀ ଫ୍ରାଞ୍ଚାଇଜର ଦ୍ୱିତୀୟ ସଂସ୍କରଣ ରିଲିଜ ସମୟରେ ବ୍ଲକବଷ୍ଟର ସାବସ୍ତ୍ୟ ହୋଇଥିଲା । ଏହା ସେତେବେଳେ ଭାରତର ସବୁଠାରୁ ଅଧିକ ଆମଦାନୀ କରିଥିବା ଫିଲ୍ମ ତାଲିକାରେ ସାମିଲ ହୋଇଥିଲା । ତେବେ ଏହାର ରେକର୍ଡକୁ ଭାଙ୍ଗିଥିଲା ପୁଷ୍ପା, ଯାହା ରିଲିଜ ପରେ ପାଲଟିଥିଲା ସବୁଠାରୁବଡ ବକ୍ସ ଅଫିସ ହିଟ୍ । ହେଲେ ପୁଣି ବାହୁବଳୀ ୨ ନିଜର କିମିଆ ଦେଖାଇବାକୁ ପରଦାକୁ ଫେରୁଛି । ଏହାର ବର୍ତ୍ତମାନ ରି- ରିଲିଜ କରାଯାଇଛି । ଯାହାକୁ ନେଇ ଦର୍ଶକଙ୍କ […]
ବାହୁବଳୀ ଫ୍ରାଞ୍ଚାଇଜର ଦ୍ୱିତୀୟ ସଂସ୍କରଣ ରିଲିଜ ସମୟରେ ବ୍ଲକବଷ୍ଟର ସାବସ୍ତ୍ୟ ହୋଇଥିଲା । ଏହା ସେତେବେଳେ ଭାରତର ସବୁଠାରୁ ଅଧିକ ଆମଦାନୀ କରିଥିବା ଫିଲ୍ମ ତାଲିକାରେ ସାମିଲ ହୋଇଥିଲା । ତେବେ ଏହାର ରେକର୍ଡକୁ ଭାଙ୍ଗିଥିଲା ପୁଷ୍ପା, ଯାହା ରିଲିଜ ପରେ ପାଲଟିଥିଲା ସବୁଠାରୁବଡ ବକ୍ସ ଅଫିସ ହିଟ୍ । ହେଲେ ପୁଣି ବାହୁବଳୀ ୨ ନିଜର କିମିଆ ଦେଖାଇବାକୁ ପରଦାକୁ ଫେରୁଛି । ଏହାର ବର୍ତ୍ତମାନ ରି- ରିଲିଜ କରାଯାଇଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ରି-ରିଲିଜ ପୂର୍ବରୁ ପାଖାପାଖି ୬କୋଟିର ଟିକେଟ ବିକ୍ରି ସରିଥିବା ସୂଚନା ରହିଛି । ତେଣୁ ରିଲିଜ ପରେ ଏହା ପୁଣି ଧମାଲ କରିବ ବୋଲି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି । ମେକର୍ସ ମଧ୍ୟ ଏହାକୁ ନେଇ ଖୁବ ଆଶାବାଦୀ ଅଛନ୍ତି । କରୋନା ପରେ ବର୍ତ୍ତମାନ ଅନେକ ଫିଲ୍ମ ଭାରତରେ ରି-ରିଲିଜ କରାଯାଉଛି । ଯେଉଁଥିରେ ଦେଖିବାକୁ ମିଳିଛି ପ୍ରଥମ ରିଲିଜ ଅପେକ୍ଷା ରି-ରିଲିଜରେ ଫିଲ୍ମ ଗୁଡିକ ଭଲ ପ୍ରଦର୍ଶନ କରୁଛନ୍ତି ।




