ମନମୋହୁଛନ୍ତି ରବିନା

ନିକଟରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ନବେଦଶକର ହିଟ୍‌ ନାୟିକା ରବିନା ଟଣ୍ଡନ୍‌ । ସବୁବେଳେ କମ୍‌ବ୍ୟାକ କରିବା ସମୟରେ ଅଭିନେତାମାନେ ଦର୍ଶକ ସେମାନଙ୍କୁ ଗ୍ରହଣ କରିବେ କି ନାହିଁ ସେ ନେଇ ଦ୍ୱନ୍ଦରେ ରହିଥାଆନ୍ତି । ଏଭଳି କେତେଜଣ ଷ୍ଟାର ଅଛନ୍ତି ଯେଉଁମାନେ ନବେଦଶକରେ ହିଟ୍‌ ଥିଲେ ମଧ୍ୟ ତାଙ୍କ କମ୍‌ବ୍ୟାକ୍‌କୁ ଦର୍ଶକ ଗ୍ରହଣ କରି ନାହାନ୍ତି । ହେଲେ ରବିନାଙ୍କ କ୍ଷେତ୍ରରେ ଏହା ଭିନ୍ନ ପ୍ରମାଣିତ ହୋଇଛି । ରବିନାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏବେ ମଧ୍ୟ […]

Samaya Live Picture
Published On

ନିକଟରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ନବେଦଶକର ହିଟ୍‌ ନାୟିକା ରବିନା ଟଣ୍ଡନ୍‌ । ସବୁବେଳେ କମ୍‌ବ୍ୟାକ କରିବା ସମୟରେ ଅଭିନେତାମାନେ ଦର୍ଶକ ସେମାନଙ୍କୁ ଗ୍ରହଣ କରିବେ କି ନାହିଁ ସେ ନେଇ ଦ୍ୱନ୍ଦରେ ରହିଥାଆନ୍ତି । ଏଭଳି କେତେଜଣ ଷ୍ଟାର ଅଛନ୍ତି ଯେଉଁମାନେ ନବେଦଶକରେ ହିଟ୍‌ ଥିଲେ ମଧ୍ୟ ତାଙ୍କ କମ୍‌ବ୍ୟାକ୍‌କୁ ଦର୍ଶକ ଗ୍ରହଣ କରି ନାହାନ୍ତି । ହେଲେ ରବିନାଙ୍କ କ୍ଷେତ୍ରରେ ଏହା ଭିନ୍ନ ପ୍ରମାଣିତ ହୋଇଛି । ରବିନାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏବେ ମଧ୍ୟ ସେତିକି ଭଲପାଇବା ଦେଉଛନ୍ତି । ନିକଟରେ ବେଶ୍‌ କିଛି େୱବ୍‌ସିରିଜ୍‌ ଓ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କ ସହ ସମୀକ୍ଷକ ମଧ୍ୟ ବେଶ୍‌ ଭଲ କହିଛନ୍ତି । ବର୍ତ୍ତମାନ ତାଙ୍କର ରିଲିଜ୍‌ ହୋଇଛି ଫିଲ୍ମ ‘ପଟନା ଶୁକ୍ଲା’,ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ରବିନାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳୁଛି । ଫିଲ୍ମଟି ବର୍ତ୍ତମାନ ଡିଜନିହଟ୍‌ଷ୍ଟାରରେ ଷ୍ଟ୍ରିମିଂ ହେଉଛି । ଫିଲ୍ମର ନିର୍ଦ୍ଦେଶନା ଭାର ବିବେକ୍‌ ବୁଦ୍ଧୋକ୍ତି ସମ୍ଭାଳିଥିବାବେଳେ, ରବିନାଙ୍କ ସହିତ ଏଥିରେ ସତୀଶ କୈଶିକ, ଅନୁଷ୍କା କୌଶିକ୍‌ ଆଦିଙ୍କୁ ଦେଖିବାକୁ ମିଳୁଛି । ଫିଲ୍ମଟିର କାହାଣୀ ପରୀକ୍ଷା ଉତ୍ତରପତ୍ର ଅଦଳବଦଳକୁ ନେଇ ଜଣେ ଛାତ୍ରୀ କରିଥିବା ଅଭିଯୋଗ ଉପରେ ନିର୍ମାଣ କରାଯାଇଛି ।

Tags: