ପରିଶ୍ରମୀ ରଶ୍ମିକା
ଆୟୁଷ୍ମାନ ଖୁରାନା ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଥାମା କିଛିଦିନ ହେବ ବକ୍ସ ଅଫିସରେ ରାଜ କରିବାରେ ଲାଗିଛି । ଫିଲ୍ମଟି ୧୨ ଦିନ ଭିତରେ ପାଖାପାଖି ୧୧୬ କୋଟି ଟଙ୍କାର ବ୍ୟବସାୟ କରିସାରିଛି । ନିକଟରେ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ସରପୋତଦାର ରଶ୍ମିକାଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଆଦିତ୍ୟ ରଶ୍ମିକାଙ୍କର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ରଶ୍ମିକା ଏହି ଫିଲ୍ମ ସୁଟିଂ ସମୟରେ ୧୨ […]
ଆୟୁଷ୍ମାନ ଖୁରାନା ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଥାମା କିଛିଦିନ ହେବ ବକ୍ସ ଅଫିସରେ ରାଜ କରିବାରେ ଲାଗିଛି । ଫିଲ୍ମଟି ୧୨ ଦିନ ଭିତରେ ପାଖାପାଖି ୧୧୬ କୋଟି ଟଙ୍କାର ବ୍ୟବସାୟ କରିସାରିଛି । ନିକଟରେ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ସରପୋତଦାର ରଶ୍ମିକାଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଆଦିତ୍ୟ ରଶ୍ମିକାଙ୍କର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ରଶ୍ମିକା ଏହି ଫିଲ୍ମ ସୁଟିଂ ସମୟରେ ୧୨ ଘଣ୍ଟା ପର୍ଯ୍ୟନ୍ତ ନିରନ୍ତର କାମ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେହିଭଳି କେବେ ବି ଏତେ ସମୟ କାମ କରି ସେ ଥକି ଯାଇଥିବା କହି ନାହାନ୍ତି । ସେହିଭଳି ଦୀପିକାଙ୍କ ୮ଘଣ୍ଟା ସିଫଫକୁ ନେଇ ମଧ୍ୟ ଆଦିତ୍ୟ କଥା ହୋଇଛନ୍ତି । ତାଙ୍କ ମତରେ ଏନେଇ ମଧ୍ୟ ବିଚାର କରିବାର ଆବଶ୍ୟକତା ରହିଛି । ଦୀପିକା ଏ ସମ୍ପର୍କରେ କଥା ହୋଇଛନ୍ତିମାନେ ଏହା ପଛରେ କିଛି ନା କିଛି କାରଣ ରହିଛି । ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ନିଜପାଇଁ ସମୟର ଆବଶ୍ୟକତା ରହିଛି । ତେଣୁ ଏହି ଘଟଣାରେ ସେ କିଛି ମନ୍ତବ୍ୟ ଦେବାକୁ ମନା କରିଥିଲେ । ପ୍ରଥମେ ଦୀପିକା ଦେଇଥିବା ମନ୍ତବ୍ୟ ପଛର କାରଣ ବୁଝିବାର ଆବଶ୍ୟକତା ରହିଛି ବୋଲି ଆଦିତ୍ୟ ପ୍ରକାଶ କରିଥିଲେ ।




