ବିବାଦରେ ରଶ୍ମିକା
By: Ipsita
ରଶ୍ମିକା ମନ୍ଦାନା ବର୍ତ୍ତମାନ ବିଜୟ ଦେବରକୋଣ୍ଡାଙ୍କ ସହିତ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି । ହେଲେ ନିକଟରେ ରଶ୍ମିକାଙ୍କର ଋତୁସ୍ରାବକୁ ନେଇ ଏକ ବୟାନ ବିବାଦକୁ ଆସିଛି । ଥରୁଟିଏ ହେଲେ ବି ପୁଅଙ୍କୁ ଋତୁସ୍ରାବ ହେବାର ଆବଶ୍ୟକତା ରହିଛି, ଯାହାଫଳରେ ସେମାନେ ଏହି କଷ୍ଟକୁ ବୁଝି ପାରିବେ ବୋଲି ରଶ୍ମିକା ଏକ ସାକ୍ଷାତକାରରେ ମତ ଦେଇଛନ୍ତି । ରଶ୍ମିକାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ରଶ୍ମିକାଙ୍କ ଏହି ବୟାନ ଉପରେ ଦୁଇଟି ଦଳ ସୋସିଆଲ ମିଡିଆରେ ହୋଇଛନ୍ତି । ଯେଉଁମାନଙ୍କ ଭିତରେ କିଛି ଲୋକ ରଶ୍ମିକାଙ୍କ ସମର୍ଥନରେ ଥିବାବେଳେ କିଛି ଲୋକ ତାଙ୍କର ଏଭଳି ବୟାନକୁ ବିରୋଧ କରୁଛନ୍ତି । ସେହିଭଳି ଘଟଣାରେ ରଶ୍ମିକା ମଧ୍ୟ ମୁହଁ ଖୋଲିଛନ୍ତି । ତାଙ୍କ ମତରେ ତାଙ୍କ କଥାର ଭିନ୍ନ ଅର୍ଥ ବାହାର କରାଯାଇଛି । ସବୁବେଳେ ପୁରା କଥାର କିଛି ଅଂଶକୁ ନେଇ ଏଭଳି ଦ୍ୱନ୍ଦ ସୃଷ୍ଟି କରାଯାଇଥାଏ ।
Read More ନୂଆ ଯୋଡି
Tags:


