ରଶ୍ମିକାଙ୍କର ମନର ମଣିଷ

ରଶ୍ମିକା ମନ୍ଦାନା ସବୁବେଳେ ନିଜ ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏବଂ ଅଭିନେତା ବିଜୟ ଦେବରକୋଣ୍ଡାଙ୍କର ସମ୍ପର୍କକୁ ନେଇ ଫ୍ୟାନମାନେ ସବୁବେଳେ ଆଲୋଚନା କରିଥାଆନ୍ତି । ହେଲେ ଉଭୟଙ୍କ ପକ୍ଷରୁ ଏହାକୁ ସବୁବେଳେ ଖାରଜ କରାଯାଇଥାଏ । ଉଭୟ ଭଲ ସାଙ୍ଗ ବୋଲି ସବୁବେଳେ ମତ ଦେଇଥାଆନ୍ତି । ତେବେ ସବୁ ଆଲୋଚନାରେ ପୂର୍ଣ୍ଣଛେଦ ପକାଇଛନ୍ତି ଉଭୟ । ସୂଚନା ଅନୁସାରେ ରଶ୍ମିକା ଓ ବିଜୟ ଏକ ପ୍ରାଇଭେଟ ସେରିମନିରେ ନିର୍ବନ୍ଧ କରିସାରିଛନ୍ତି […]

ରଶ୍ମିକାଙ୍କର ମନର ମଣିଷ
Samaya Live Picture
Published On

ରଶ୍ମିକା ମନ୍ଦାନା ସବୁବେଳେ ନିଜ ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏବଂ ଅଭିନେତା ବିଜୟ ଦେବରକୋଣ୍ଡାଙ୍କର ସମ୍ପର୍କକୁ ନେଇ ଫ୍ୟାନମାନେ ସବୁବେଳେ ଆଲୋଚନା କରିଥାଆନ୍ତି । ହେଲେ ଉଭୟଙ୍କ ପକ୍ଷରୁ ଏହାକୁ ସବୁବେଳେ ଖାରଜ କରାଯାଇଥାଏ । ଉଭୟ ଭଲ ସାଙ୍ଗ ବୋଲି ସବୁବେଳେ ମତ ଦେଇଥାଆନ୍ତି । ତେବେ ସବୁ ଆଲୋଚନାରେ ପୂର୍ଣ୍ଣଛେଦ ପକାଇଛନ୍ତି ଉଭୟ । ସୂଚନା ଅନୁସାରେ ରଶ୍ମିକା ଓ ବିଜୟ ଏକ ପ୍ରାଇଭେଟ ସେରିମନିରେ ନିର୍ବନ୍ଧ କରିସାରିଛନ୍ତି । ଉଭୟଙ୍କ ବିବାହ ଖୁବଜଲଦି ଜାନୁଆରୀ ମାସରେ ହେବା ନେଇ ସୂଚନା ମିଳିଛି । ତେବେ ଏହି ନିର୍ବନ୍ଧରେ କେବଳ ସାଙ୍ଗସାଥୀଙ୍କ ସହିତ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଉଭୟ ପିଲାଦିନରୁ ସାଙ୍ଗ ହୋଇ ବଡ ହୋଇଛନ୍ତି ଏବଂ ପରେ ଅନେକ ଫିଲ୍ମରେ ମଧ୍ୟ ଏକାଠି କାମ କରିଛନ୍ତି । ୨୦୧୬ରେ ରଶ୍ମିକା କନ୍ନଡ ଫିଲ୍ମ କିରିକ୍‌ ପାର୍ଟିରୁ ନିଜର ଆକଫିଂ କ୍ୟାରିୟରର ଆରମ୍ଭ କରିଥିଲେ । ସେହିଭଳି ବିଜୟ ଦେବରକୋଣ୍ଡା ନିଜ ଆକଫିଂ ଜୀବନ ୨୦୧୧ରେ ରୋମାଣ୍ଟିକ କମେଡି ନୁବିଲ୍ଲାରୁ ନିଜର ଅଭିନୟ କ୍ୟାରିୟରର ଆରମ୍ଭ କରିଥିଲେ । ଉଭୟଙ୍କ ନିର୍ବନ୍ଧ ଖବର ଫ୍ୟାନଙ୍କୁ ଖୁବ ଖୁସି ଦେଇଛି ।

Tags: