ସାହସୀ ରସିକା

ସାହସୀ ରସିକା
Ipsita Picture
By: Ipsita


ଫିଲ୍ମରୁ ନେଇ ଓଟିଟି ପର୍ଯ୍ୟନ୍ତ ସବୁସ୍ଥାନରେ ନିଜ ଅଭିନୟ ବଳରେ ରସିକା ଦୁଗଲ ଏକ ଛାପ ଛାଡିବାରେ ସକ୍ଷମ ହୋଇପାରିଛନ୍ତି । ନିକଟରେ ଦିଲ୍ଲୀ କ୍ରାଇମ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେଉଛି । ଯେଉଁଥିରେ ରଶିକାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳୁଛି, ଯାହାକୁ ଦର୍ଶକ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ରଶ୍ମିକାଙ୍କୁ ପୂର୍ବରୁ ମିର୍ଜାପୁରରେ ମଧ୍ୟ ଦେଖିବାକୁ ମିଳିଛି । ଏହି ସମସ୍ତ ଓ୍ୱବସିରିଜ୍‌ରେ ତାଙ୍କ ଚରିତ୍ର ସହିତ ତାଙ୍କ ଅଭିନୟ ଖୁବ ପ୍ରେରଣାଦାୟୀ । ସେ ନିଜ ଚରିତ୍ରକୁ ଖୁବ ଜୀବନ୍ତ ଭାବେ ଦର୍ଶକଙ୍କ ପାଖରେ ଏହି ସବୁ ଓ୍ୱବସିରିଜ ଜରିଆରେ ପହଞ୍ଚାଇଛନ୍ତି । ସେହିଭଳି ଦିଲ୍ଲୀ କ୍ରାଇମରେ ନିଜର ଚରିତ୍ରକୁ ନେଇ ଖୁବ ଆଶାବାଦୀ ଅଛନ୍ତି ରସିକା । ଏହି ଚରିତ୍ର ତାଙ୍କର ସବୁ ଚରିତ୍ର ଠାରୁ ଟିକେ ଭିନ୍ନ ବୋଲି ସେ ମତ ଦେଇଛନ୍ତି । ପୂର୍ବ ସିଜିନ ଅପେକ୍ଷା ଚଳିତ ସିଜିନ୍‌ରେ ତାଙ୍କ ଚରିତ୍ର ଆହୁରି ସାହସୀ ଓ ନିଡର ହୋଇଛି ବୋଲି ସେ ମତ ଦେଇଛନ୍ତି । ଆଗକୁ ଏହିଭଳି ଆହୁରି ଚରିତ୍ରରେ ଅଭିନୟ କରିବାକୁ ରସିକା ଇଚ୍ଛା ପ୍ରକାଶ କରିଛନ୍ତି । ସେହିଭଳି ଦର୍ଶକ ଏହି ସିରିଜ ଦେଖିବାପରେ ରସିକାଙ୍କୁ ସାହସୀର ଆଖ୍ୟା ଦେଇଛନ୍ତି ।

Read More ସୁଶୀଲ ମେହେର ହେଲେ ନୂଆ କଂସ

Tags: