ରଶ୍ମିକାଙ୍କ ସ୍ପଷ୍ଟୀକରଣ

ରଶ୍ମିକାଙ୍କ ସ୍ପଷ୍ଟୀକରଣ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସଫଳତା ପଛରେ ରହିଛି ଅନେକ ସଂଘର୍ଷ

ସୋସିଆଲ ମିଡିଆରେ ସାଉଥ ସୁପରଷ୍ଟାର୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହକୁ ନେଇ ଏକ ବଡ଼ ଖବର ଭାଇରାଲ୍ ହେବାରେ ଲାଗିଛି। ଫେବୃଆରୀ ୨ ତାରିଖରେ ଉଦୟପୁରର ସିଟି ପ୍ୟାଲେସରେ ଏହି ଯୋଡ଼ି ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଶେଷ କରି ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ପ୍ୟାଲେସର ଭବ୍ୟ ସାଜସଜା ଦେଖାଇ ଦାବି କରାଯାଇଥିଲା ଯେ ଏହା ରଶ୍ମିକା ଏବଂ ବିଜୟଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ବଲିଉଡ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରଶ୍ମିକା କହିଛନ୍ତି ଯେ  ବିବାହ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ ଏବଂ ଗଣମାଧ୍ୟମରେ ପ୍ରସାରିତ ଏହି ଖବର ସମ୍ପୂର୍ଣ୍ଣ ଭୁଲ। ସେହିପରି ତାଙ୍କ ଟିମ୍ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଧିକାରିକ ସୂଚନା ବିନା ଏପରି ଚର୍ଚ୍ଚା କରିବା ଅନୁଚିତ। ଯଦିଓ ଫେବୃଆରୀ ୨ର ବିବାହ ଖବର ମିଛ ବୋଲି ପ୍ରମାଣିତ ହୋଇଛି, ହେଲେ ପୁଣି ଏକ ନୂଆ ତାରିଖ ଅର୍ଥାତ ୨୬ ଫେବୃଆରୀ ୨୦୨୬କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ ଏହା ଏକ ପ୍ରାଇଭେଟ୍ ଡେଷ୍ଟିନେସନ ୱେଡିଂ ହେବ ଏବଂ ପରେ ହାଇଦ୍ରାବାଦରେ ଏକ ବଡ଼ ରିସେପ୍ସନ୍ ପାର୍ଟି ଦିଆଯିବ। ତଥାପି, ଏହି ନୂତନ ତାରିଖକୁ ନେଇ ଉଭୟ କଳାକାର କିମ୍ବା ସେମାନଙ୍କ ପିଆର୍ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଆସିନାହିଁ ।

ସମ୍ବନ୍ଧିତ ଖବର ପ୍ରକାଶରାଜଙ୍କ ଏଣ୍ଟ୍ରି

Tags:

Related Posts

ଅର୍ଥ ସବୁକିଛି

ଅର୍ଥ ସବୁକିଛି

ସାଇଙ୍କ ଏଣ୍ଟ୍ରି

ସାଇଙ୍କ ଏଣ୍ଟ୍ରି