ଟ୍ରେନିଂ ନେଉଛନ୍ତି ରଶ୍ମିକା

ଟ୍ରେନିଂ ନେଉଛନ୍ତି ରଶ୍ମିକା
Ipsita Picture
By: Ipsita
Published On

 

ପ୍ୟାନ୍ ଇଣ୍ଡିଆ ଆକ୍ସନ ଡ୍ରାମା ଫିଲ୍ମ ମୈସାପାଇଁ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଜଣେ ଗୋଣ୍ଡଆଦିବାସୀ ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି, ଯାହା ତାଙ୍କ ପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ବେଶ୍ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇଛି । ଏହି ଭୂମିକାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସେ ବ୍ୟାଙ୍କକରେ ଏକ ସ୍ୱତନ୍ତ୍ର ମାର୍ଶାଲ ଆର୍ଟସ ଏବଂ ଷ୍ଟଣ୍ଟ ବୁଟ୍କ୍ୟାମ୍ପରେ ପ୍ରତିଦିନ ପ୍ରାୟ ୮ ଘଣ୍ଟା କଠିନ ତାଲିମ ନେଉଛନ୍ତି । ଯେଉଁଠାରେ ସେ ହ୍ୟାଣ୍ଡ-ଟୁ-ହ୍ୟାଣ୍ଡ କମ୍ବ୍ୟାଟ୍ ଏବଂ ଆଡଭାନ୍ସ ଷ୍ଟଣ୍ଟ କୌଶଳ ଶିଖୁଛନ୍ତି । ଆନ୍ତର୍ଜାତୀୟ ଷ୍ଟଣ୍ଟ ନିର୍ଦ୍ଦେଶକ ଏଣ୍ଡି ଲଙ୍ଗ୍ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଥିବାବେଳେ, ଖୁବଶୀଘ୍ର କେରଳରେ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଡେବ୍ୟୁ ନିର୍ଦ୍ଦେଶକ ରବୀନ୍ଦ୍ର ପୁଲ୍ଲେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରଶ୍ମିକାଙ୍କୁ ପୂର୍ବ ଅପେକ୍ଷା ଏକ ସମ୍ପୂର୍ଣ୍ଣ ନୂଆ ଏବଂ ହଟକେ ଅବତାରରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅନଫର୍ମୁଲା ଫିଲ୍ମସଦ୍ୱାରା ପ୍ରଯୋଜିତ ହେଉଛି ।

Tags: