ଅସୁସ୍ଥ ଅଛନ୍ତି ରଶ୍ମିକା
ସାଉଥ୍ ଓ ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିକଟରେ ଫିଲ୍ମ ‘ମାୟସା’ର ଏକ ଡ୍ୟାନ୍ସ ସିକ୍ୱେନ୍ସ ସୁଟିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ଡାହାଣ ଅଣ୍ଟାରେ ଗମ୍ଭୀର ଭାବେ ଆଘାତ ଲାଗିଥିବା ଜଣା ପଡିଛି । ଯାହାଫଳରେ ସେ ଏବେ ଘରେ ବିଶ୍ରାମ ନେଇ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଶରୀରରେ ଆଘାତ ଲାଗିଥିବାରୁ ସେ ନିଜ ନିୟମିତ ୱର୍କଆଉଟ୍ ଓ ଦୌଡ଼ାଦୌଡ଼ିରୁ ଦୂରେଇ ରହି ପରିବାର ସହ ସମୟ ବିତାଉଛନ୍ତି । ଏହି ମାଧ୍ୟମରେ ସେ ନିଜ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଥିବା ସୋସିଆଲ ମିଡିଆରେ ଜଣାଇ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ରଶ୍ମିକାଙ୍କ ଏହି ଆଘାତ କାରଣରୁ ନିର୍ମାଣାଧୀନ ବଡ଼ ବଡ଼ ସିନେମାର ସୁଟିଂ ଓ ମୁକ୍ତିଲାଭ ତାରିଖ ପ୍ରଭାବିତ ହୋଇଛି । ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ‘ରଣାବାଲୀ’ର ମୁକ୍ତିଲାଭ ସେପ୍ଟେମ୍ବର ୨୦୨୬ରୁ ଅକ୍ଟୋବରକୁ ଘୁଞ୍ଚିବା ପୂର୍ବାନୁମାନ କରାଯାଉଛି । ସେହିଭଳି ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଅଟଲିଙ୍କ ଆଗାମୀ ଫିଲ୍ମ ‘ରାକା’ର ସୁଟିଂ ପ୍ରାୟ ୪୫ ଦିନ ବିଳମ୍ବିତ ହୋଇଛି, କାରଣ ନିର୍ଦ୍ଦେଶକ ତାଙ୍କର ସମ୍ପୂର୍ଣ୍ଣ ଆରୋଗ୍ୟକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।




