ରୋମାଣ୍ଟିକ କମେଡିରେ ରଶ୍ମିକା

ରୋମାଣ୍ଟିକ କମେଡିରେ ରଶ୍ମିକା
Ipsita Picture
By: Ipsita
Published On

 

ଶାହିଦ କପୁର ଏବଂ ରଶ୍ମିକା ମାନ୍ଦନା ସେମାନଙ୍କର ଆଗାମୀ ଚଳଚ୍ଚିତ୍ର କକଟେଲ ୨କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି, ଯାହାର ସୁଟିଂ ନିକଟରେ ଶେଷ ହୋଇଛି ଏବଂ ଏଥିରେ କ୍ରିତି ସନନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଏହି ସମୟରେ ଏକ ନୂତନ ରିପୋର୍ଟ ଅନୁଯାୟୀ ଏହି ଦୁଇ କଳାକାର ଅନ୍ୟ ଏକ ଚଳଚ୍ଚିତ୍ର ପାଇଁ ମଧ୍ୟ ଏକାଠି ହେବାକୁ ଯାଉଛନ୍ତି । 'ବଧାଇ ହୋ' ଏବଂ 'ମୈଦାନ' ଭଳି ସଫଳ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମିତ ରବିନ୍ଦ୍ରନାଥ ଶର୍ମାଙ୍କର ଏହି ନୂତନ ରୋମାଣ୍ଟିକ କମେଡି ଚଳଚ୍ଚିତ୍ରର ନିର୍ମାଣ ସୁନୀର ଖେତ୍ରପାଲ ଏବଂ ଜିଓ ଷ୍ଟୁଡିଓଜ୍ ମିଳିତ ଭାବେ କରୁଥିବାବେଳେ ଏହାର ସୁଟିଂ ଚଳିତ ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ଯେଉଁଥିପାଇଁ ଶାହିଦ ନିଜର ଆଗାମୀ ଚଳଚ୍ଚିତ୍ର ଓ ରୋମିଓର ପ୍ରଚାର ଶେଷ କରି ଏବଂ 'ଫର୍ଜି' ସିଜନ ୨ ପାଇଁ ପ୍ରସ୍ତୁତି ସହ ଏହି ପ୍ରୋଜେକ୍ଟରେ ଯୋଗ ଦେବେ। ଶାହିଦଙ୍କ ଶେଷ ଚଳଚ୍ଚିତ୍ର 'ତେରି ବାତୋଁ ମେଁ ଏସା ଉଲଝା ଜିୟା' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ରଶ୍ମିକା ନିକଟରେ 'ଆନିମଲ' ଚଳଚ୍ଚିତ୍ରରେ ଗୀତାଞ୍ଜଳି ଭୂମିକାରେ ନିଜର ଚମତ୍କାର ଅଭିନୟ ପାଇଁ ଦେଶବ୍ୟାପୀ ପ୍ରଶଂସା ସାଉଁଟିଛନ୍ତି । ନିକଟରେ ସେ ପୁଷ୍ପା-୨ କୁ ନେଇ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି, ତେଣୁ ଏହି ଦୁଇ ପ୍ରତିଭାଶାଳୀ କଳାକାରଙ୍କୁ ଏକାଠି ପରଦାରେ ଦେଖିବା ଦର୍ଶକଙ୍କ ପାଇଁ ନିଶ୍ଚିତ ଭାବେ ଏକ ନୂଆ ଅନୁଭୂତି ହେବ ।

Tags: