ପଇସା ଫେରାଇବେ ରଣବୀର
ଅଭିନେତା ରଣବୀର ସିଂ ଏବଂ 'ଡନ୍ ୩' ପ୍ରଯୋଜକଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଥିବା ଜଣାପଡ଼ିଛି, ଯେଉଁଥିପାଇଁ ରଣବୀର ପ୍ରଯୋଜକଙ୍କୁ ହୋଇଥିବା କ୍ଷତିର କିଛି ଅଂଶ ଭରଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପୂରା ଘଟଣାକୁ ନେଇ ଏକ୍ସେଲ ଏଣ୍ଟରଟେନମେଣ୍ଟର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଫରହାନ ଅଖତର ନିକଟରେ ଏକ ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରହାନଙ୍କ ମତରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ କୌଣସି ଜିନିଷ ଶୁଟିଂ ହୋଇ ପରଦାକୁ ନଆସିବା ପର୍ଯ୍ୟନ୍ତ କିଛି ବି ନିଶ୍ଚିତ ନୁହେଁ। ପ୍ରି-ପ୍ରଡକ୍ସନ କାର୍ଯ୍ୟରେ ସାମିଲ ହେବା ପରେ ରଣବୀର ହଠାତ୍ ଏହି ପ୍ରୋଜେକ୍ଟରୁ ଓହରି ଯିବା ଫଳରେ ପ୍ରଯୋଜନା ସଂସ୍ଥା ଆର୍ଥିକ କ୍ଷତି ସହିଥିଲା। ଯାହା ପାଇଁ ପ୍ରଯୋଜକ ଗିଲ୍ଡର ଦ୍ୱାରସ୍ଥ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ରଣବୀର ଏବେ ଫରହାନଙ୍କୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦେବା ସହ ନିଜର ଆଗାମୀ ଫିଲ୍ମ 'ପ୍ରଳୟ'ରେ କିଛି ଅଂଶଧନ ଦେବାକୁ ରାଜି ହୋଇଛନ୍ତି । ଫରହାନ ଏହାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ରଣବୀର ବ୍ୟାକ୍-ଟୁ-ବ୍ୟାକ୍ ଗ୍ୟାଙ୍ଗଷ୍ଟର ଫିଲ୍ମ କରିବାକୁ ଚାହୁଁନଥିବାରୁ 'ଡନ୍ ୩' ବଦଳରେ ଜୟ ମେହେଟ୍ଟାଙ୍କ 'ପ୍ରଳୟ'କୁ ଅଧିକ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ତେଣୁ ସେ ଡନ୍ ୩ରୁ ଓହରିଥିବାନେଇ ଚର୍ଚ୍ଚା ହେଉଛି ।



