ଲଲିତ ମୋଦୀଙ୍କ ବାୟୋପିକରେ ରଣବୀର ସିଂ

ଲଲିତ ମୋଦୀଙ୍କ ବାୟୋପିକରେ ରଣବୀର ସିଂ
Ipsita Picture
By: Ipsita
Published On

 

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଲିତ ମୋଦୀଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍ ନିର୍ମାଣ ହେବାକୁ ଯାଉଥିବାନେଇ ଚର୍ଚ୍ଚା ହେଉଛି ।  ରିପୋର୍ଟ ଅନୁଯାୟୀ ପ୍ରସିଦ୍ଧ ପ୍ରଯୋଜକ ସାଜିଦ୍ ନାଡିଆଡୱାଲା ତାଙ୍କ ସଂସ୍ଥା 'ନାଡିଆଡୱାଲା ଗ୍ରାଣ୍ଡସନ୍ ଏଣ୍ଟରଟେନମେଣ୍ଟ' ବ୍ୟାନରରେ ଏହାର ପ୍ରଯୋଜନା କରିବେ। ପୂର୍ବତନ ଟେଲିଭିଜନ୍ ଏକ୍ଜିକ୍ୟୁଟିଭ୍ ତଥା ପ୍ରଯୋଜିକା ସ୍ନେହା ରଜାନୀଙ୍କ ଦ୍ୱାରା ରଚିତ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟରେ ଲଲିତ ମୋଦୀଙ୍କ ପ୍ରାରମ୍ଭିକ ଜୀବନ, ଆଇପିଏଲ୍ର ଶୁଭାରମ୍ଭ, ସଫଳତା ଏବଂ ପରବର୍ତ୍ତୀ ସମୟର ବିବାଦଗୁଡ଼ିକ ସହ ତାଙ୍କ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟରର ବିଭିନ୍ନ ଅଣଦେଖା ଦିଗକୁ ସ୍ଥାନ ଦିଆଯାଉଛି । ବର୍ତ୍ତମାନ ସ୍କ୍ରିପ୍ଟଟି ଆହୁରି ଡେଭଲପ କରାଯିବବୋଲି ଜଣାପଡିଛି । ସେହିଭଳି ଗତ ୧୬ ବର୍ଷ ଧରି ଲଣ୍ଡନରେ ରହୁଥିବା ଲଲିତ ମୋଦୀଙ୍କର  ସ୍ନେହା ରଜାନୀଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କର ଅନେକ ପର୍ଯ୍ୟାୟରେ ସାକ୍ଷାତକାର ନେଇଥିବା ଜଣାପଡିଛି । ଏତଦ୍ବ୍ୟତୀତ, କିଛି ବର୍ଷ ପୂର୍ବେ ଅଭିନେତା ରଣବୀର ସିଂ ତାଙ୍କୁ ସାକ୍ଷାତ କରିବା ପାଇଁ ଲଣ୍ଡନ ଗସ୍ତ କରିବା ସହ ଏହି ବାୟୋପିକ୍ରେ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଲଳିତ ମୋଦୀ ନିଜେ ସ୍ପଷ୍ଟ କରିଛନ୍ତି । ଯଦିଓ ବର୍ତ୍ତମାନ ସୁଦ୍ଧା ସିନେମାର କଳାକାର କିମ୍ବା ନିର୍ଦ୍ଦେଶକଙ୍କ ନାମ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ତଥାପି ରଣବୀରଙ୍କ ନାମକୁ ନେଇ ଚର୍ଚ୍ଚା ଜାରି ରହିଛି ।

Tags: