ବଢୁଛି ରଣବୀରଙ୍କ ଅଡୁଆ

ବଢୁଛି ରଣବୀରଙ୍କ ଅଡୁଆ
Ipsita Picture
By: Ipsita
Published On

 

ଅଭିନେତା ରଣବୀର ସିଂଙ୍କ ଅଡୁଆ ବଢିବାରେ ଲାଗିଛି । ଫରହାନ ଅଖତରଙ୍କ ଫିଲ୍ମ 'ଡନ୍ ୩' ଛାଡ଼ିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଘନେଇବା ପରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ଉପରେ 'ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ୍' ପକ୍ଷରୁ ସୋମବାର ପ୍ରତିବନ୍ଧକ ଲଗାଯାଇଛି ।  ତେବେ ଏହି ନିଷେଧାଦେଶ ସତ୍ତ୍ୱେ ସେ ନିଜର ଆଗାମୀ ଫିଲ୍ମ 'ଧୁରନ୍ଧର ୩'ର ସୁଟିଂ ପାଇଁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରୁ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଚେହେରାକୁ ମାସ୍କ ଓ ଚଷମାରେ ଘୋଡ଼ାଇ ଏୟାରପୋର୍ଟରେ ସ୍ପଟ୍ ହୋଇଥିବା ରଣବୀରଙ୍କ ସହ ତାଙ୍କ କୋ-ଷ୍ଟାର ଅର୍ଜୁନ ରାମପାଲ ମଧ୍ୟ ନଜର ଆସିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଯୋଜକଙ୍କ ୪୫ କୋଟି ଟଙ୍କାର କ୍ଷତି ଅଭିଯୋଗ ଏବଂ ଫେଡେରେସନର ୩ଟି ନୋଟିସକୁ ଏହା ଏକ କୋର୍ଟ ମାମଲା କହି ରଣବୀର ଏଡାଇ ଯିବା ପରେ ଏଫଡବ୍ଲୁଆଇସିଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ  ଏଫଡବ୍ଲୁଆଇସିଇର ଏହି  ନିର୍ଦ୍ଦେଶ କାରଣରୁ ରଣବୀରଙ୍କ ଆଗାମୀ ବଡ଼ ପ୍ରୋଜେକ୍ଟ ଯଥା 'କିଙ୍ଗ', 'ବୈଜୁ ବାଓରା' ଏବଂ ଆଦିତ୍ୟ ଧରଙ୍କ ଫିଲ୍ମର ସୁଟିଂ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । କାରଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ପ୍ରତିଶତ କର୍ମଚାରୀ ଏହି ସଂଘ ସହ ଜଡ଼ିତ ଏବଂ ବିବାଦ ନତୁଟିବା ପର୍ଯ୍ୟନ୍ତ ନୂଆ ଫିଲ୍ମ ପାଇଁ ଏନଓସି ମିଳିବା କଷ୍ଟକର ହେବବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

Tags: