ରଣବୀରଙ୍କ ନୂଆ ଲୁକ
ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍'ରୁ ଅଭିନେତା ରଣବୀର କପୁରଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଛି । ଯେଉଁଥିରେ ସେ ଏକ ନୂଆ, ଗମ୍ଭୀର ଓ ଦମଦାର ଅବତାରରେ ନଜର ଆସିଛନ୍ତି । ପୋଷ୍ଟରରେ ରଣବୀରଙ୍କୁ ନିଶ, ରକ୍ତାକ୍ତ ସାର୍ଟ ଏବଂ ସନଗ୍ଲାସ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଲୁକ୍ ଚରିତ୍ରର ଆକ୍ରାମକ ଓ ବଳିଷ୍ଟ ବ୍ୟକ୍ତିତ୍ୱକୁ ଦର୍ଶାଉଥିବା ବେଳେ, ସାର୍ଟରେ ଥିବା ରକ୍ତଛିଟା ସିନେମାର ଆକ୍ସନ-ପ୍ୟାକ୍ଡ୍ କାହାଣୀର ସଙ୍କେତ ଦେଉଛି । ନିର୍ମାତାମାନେ ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ସଞ୍ଜୟ ଲୀଲା ଭଂସାଲୀଙ୍କ 'ଲଭ୍ ଆଣ୍ଡ୍ ୱାର୍' ୨୧ ଜାନୁଆରୀ ୨୦୨୭ରେ ଆସିବବୋଲି ସୂଚନା ଦେଇଛନ୍ତି । ଆଲିଆ ଭଟ୍ଟ ଏବଂ ଭିକି କୌଶଲଙ୍କ ଅଭିନୀତ ଏହି ସିନେମାଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ । ପ୍ରକାଶଯୋଗ୍ୟ ଯେ, ଏରିଆଲ୍ ଆକ୍ସନ ଓ ଭିଏଫ୍ଏକ୍ସ ପାଇଁ ଚଳଚ୍ଚିତ୍ରର ରିଲିଜ୍ ତାରିଖ ପୂର୍ବରୁ କ୍ରିସମାସ ୨୦୨୫, ମାର୍ଚ୍ଚ ଏବଂ ଅଗଷ୍ଟ ୧୪ ଭାବେ ବଦଳିବା ପରେ ଶେଷରେ ୨୧ ଜାନୁଆରୀ ୨୦୨୭କୁ ଚୂଡ଼ାନ୍ତ କରାଯାଇଛି । 'ସାୱରିୟା' ଫିଲ୍ମରେ ରଣବୀର ଏବଂ 'ଗଙ୍ଗୁବାଈ କାଠିଆୱାଡି' ଫିଲ୍ମରେ ଆଲିଆ ପୂର୍ବରୁ ଭଂସାଲୀଙ୍କ ସହ କାମ କରିସାରିଛନ୍ତି । ସେହିଭଳି 'ଲଭ୍ ଆଣ୍ଡ୍ ୱାର୍' ହେଉଛି ୱିକି କୌଶଲଙ୍କ ଭଂସାଲୀଙ୍କ ସହ ପ୍ରଥମ ଚଳଚ୍ଚିତ୍ର ।




