ସୁରକ୍ଷା ଦେଉଛନ୍ତି ରଣବୀର

ସୁରକ୍ଷା ଦେଉଛନ୍ତି ରଣବୀର
Ipsita Picture
By: Ipsita
Published On

 

ବଲିଉଡ ସୁପରଷ୍ଟାର ରଣବୀର କପୁର ନିଜ ମାନୀତୁ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ଦାଦି କି ଶାଦିର ସ୍ପେଶାଲ ସ୍କ୍ରିନିଂ ଅବସରରେ ପାପାରାଜିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣବୀର ପତ୍ନୀ ଆଲିଆ ଭଟ୍ଟଙ୍କ ସହ ପହଞ୍ଚିଥିବା ବେଳେ ବାହାରକୁ ଆସିବା ସମୟରେ ଫଟୋଗ୍ରାଫରମାନେ ସେମାନଙ୍କୁ ଚାରିପଟୁ ଘେରି ଯିବା ସହ ଠେଲାପେଲା କରିଥିଲେ । ଯେଉଁଥିରେ ରଣବୀର ବେଶ୍ ଅସହଜ ଅନୁଭବ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରଣବୀର ପାପାରାଜିଙ୍କୁ ପଛକୁ ହଟିବାକୁ ଏବଂ ଦୂରତା ବଜାୟ ରଖିବାକୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କିଛି ପ୍ରଶଂସକ ରଣବୀରଙ୍କୁ ପ୍ରଶଂସା କରିଥିବାବେଳେ କିଛି ଏଭଳି ବ୍ୟବହାର ପାଇଁ ସମାଲୋଚନା ମଧ୍ୟ କରିଛନ୍ତି ।  ଏହି ସ୍କ୍ରିନିଂରେ କପୁର ପରିବାରର ଅନ୍ୟ ସଦସ୍ୟଙ୍କ ସହ ବଲିଉଡର ଅନେକ ତାରକା ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ବର୍ତ୍ତମାନ ରଣବୀର ନିଜର ଆଗାମୀ ଚଳଚ୍ଚିତ୍ର ରାମାୟଣଏବଂ ଆଲିଆ ଆଲଫାଲଭ୍ ଆଣ୍ଡ ୱାର୍ଭଳି ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ରହିଛନ୍ତି ।

Tags: