ରଣବୀରଙ୍କ ସଫଳତା ମନ୍ତ୍ର

ସମୟ ଲାଇଭ୍‍,୨୬/୧୦: ବଲିଓଡ଼ ଅଭିନେତା ରଣବୀର ସିଂ ସଫଳ ହେବାକୁ ହେଲେ କ’ଣ କରିବାକୁ ପଡ଼ିବ ସେ ନେଇ ନିଜ ମତ ଦେଇଛନ୍ତି। ରଣବୀରଙ୍କ କହିବା ଅନୁଯାୟୀ ସଫଳତା ପାଇବାକୁ ହେଲେ କଠୋରା ପରିଶ୍ରମ ଓ ଅସଫଳତାକୁ ଭୟ ନକରି କାର୍ୟ୍ୟ କରିବାକୁ ପଡ଼ିବ। ନିରନ୍ତର ପ୍ରଚେଷ୍ଟା ସଫଳତା ପାଇବାର ଅନ୍ୟ ଏକ ଚାବି ବୋଲି ସେ କହିଛନ୍ତି। କୌଣସିବି ସ୍ୱପ୍ନ କୁ ପୁରା କରାଯାଇପାରିବସେଥିପାଇଁ ଗଭୀର ଆତ୍ମବିଶ୍ୱାସ ଦରକାର। ସେ ଏହା ମଧ୍ୟ କହିଛନ୍ତି ଯେ […]

Samaya Live Picture
Published On

ସମୟ ଲାଇଭ୍‍,୨୬/୧୦: ବଲିଓଡ଼ ଅଭିନେତା ରଣବୀର ସିଂ ସଫଳ ହେବାକୁ ହେଲେ କ’ଣ କରିବାକୁ ପଡ଼ିବ ସେ ନେଇ ନିଜ ମତ ଦେଇଛନ୍ତି। ରଣବୀରଙ୍କ କହିବା ଅନୁଯାୟୀ ସଫଳତା ପାଇବାକୁ ହେଲେ କଠୋରା ପରିଶ୍ରମ ଓ ଅସଫଳତାକୁ ଭୟ ନକରି କାର୍ୟ୍ୟ କରିବାକୁ ପଡ଼ିବ। ନିରନ୍ତର ପ୍ରଚେଷ୍ଟା ସଫଳତା ପାଇବାର ଅନ୍ୟ ଏକ ଚାବି ବୋଲି ସେ କହିଛନ୍ତି। କୌଣସିବି ସ୍ୱପ୍ନ କୁ ପୁରା କରାଯାଇପାରିବସେଥିପାଇଁ ଗଭୀର ଆତ୍ମବିଶ୍ୱାସ ଦରକାର। ସେ ଏହା ମଧ୍ୟ କହିଛନ୍ତି ଯେ ଆପଣଙ୍କୁ ସେହି କାମ କରିବା ଉଚିତ୍‍ ଯେଉଁ କାମ ଆପଣ ହୃଦୟରୁ କରିବାକୁ ଚାହିଁବେ। ଏହା କେବେ ବି ଚିନ୍ତା କରିବେନି ଯେ ଆପଣ ଯାହା ପାଇବାକୁ ଚାହୁଁଛନ୍ତି ତାହା ଆପଣଙ୍କ ଠାରୁ ଅନେକ ଦୂର। କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ ମୁଁ ନିଜ ଭାଗ୍ୟ ନିଜେ ତିଆରି କରିଛି , ବଲିଉଡ଼ ସିନେମା ଜଗତରେ ନିଜକୁ ସ୍ଥାପିତ କରିବା ମୋ ପାଇଁ ସ୍ୱପ୍ନ ଥିଲା କିନ୍ତୁ ଅସଫଳତା କୁ ଚିନ୍ତା କରି ନିରନ୍ତର ସଂଘର୍ଷ କରିଚାଲିଥିଲି ଯାହାଦ୍ୱରା ଆଜି ଏହି ସ୍ତରରେ ପହ ିପାରିଛି ଏହା ଛଡ଼ା ଅସଫଳତାକୁ ବି ମୁଁ ଆଲିଙ୍ଗନ କରି ଜାଣିଛି ବୋଲି ରଣବୀର ମତ ପ୍ରକାଶ କରିଛନ୍ତି।

Tags: