ଫିଲ୍ମରେ ବନିଥିବା ସମ୍ପର୍କର ଭଉଣୀକୁ ମୁଖାଗ୍ନି ଦେଲେ ରଣଦୀପ ହୁଡା
ନୂଆଦିଲ୍ଲୀ: ଜୁନ ୨୮: ବଲିଉଡର ବହୁ ପ୍ରତିଷ୍ଠିତ ଫିଲ୍ମ ସରବଜିତକୁ ପ୍ରାୟତଃ ସମସ୍ତେ ଜାଣନ୍ତି । ତେବେ ସେହି ଫିଲ୍ମର ଅଭିନୟରୁ ହିଁ ତାଙ୍କ ଭଉଣୀଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳେ । ସେହି ସରବଜିତ୍ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ପରଲୋକ ହୋଇଛି । ଶନିବାର ବିଳମ୍ବିତ ରାତିରେ ମାତ୍ର ୬୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସରବଜିତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ସରବଜିତ ୨୦୧୬ ରେ ଆସିଥିଲା । ଯେଉଁଥିରେ […]
ନୂଆଦିଲ୍ଲୀ: ଜୁନ ୨୮: ବଲିଉଡର ବହୁ ପ୍ରତିଷ୍ଠିତ ଫିଲ୍ମ ସରବଜିତକୁ ପ୍ରାୟତଃ ସମସ୍ତେ ଜାଣନ୍ତି । ତେବେ ସେହି ଫିଲ୍ମର ଅଭିନୟରୁ ହିଁ ତାଙ୍କ ଭଉଣୀଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳେ । ସେହି ସରବଜିତ୍ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ପରଲୋକ ହୋଇଛି । ଶନିବାର ବିଳମ୍ବିତ ରାତିରେ ମାତ୍ର ୬୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସରବଜିତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ସରବଜିତ ୨୦୧୬ ରେ ଆସିଥିଲା । ଯେଉଁଥିରେ ରଣଦୀପ ହୁଡା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ଦଲବୀର କୌରଙ୍କ ଭୂମିକାରେ ଅଭିନୟ କରିଥିଲେ । ସରବଜିତଙ୍କୁ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ଦଲବୀର କୌରଙ୍କ ମୃତ୍ୟୁ ଖବର ଶୁଣି ରଣଦୀପ ହୁଡା ତୁରନ୍ତ ପଞ୍ଜାବର ତରନତାରାନର ଗାଁରେ ପହଞ୍ଚିଥିଲେ । ଦଲବୀରଙ୍କ କଥା ରଖି ରଣଦୀପ ତାଙ୍କ ମୃତଦେହକୁ କାନ୍ଧରେ ନେଇ ମୁଖାଗ୍ନୀ ଦେଇଥିଲେ । ବର୍ତ୍ତମାନ ଅଭିନେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଦଲବୀର କୌର ରଣଦୀପ ହୁଡାଙ୍କୁ ତାଙ୍କ ଭାଇ ବୋଲି ମାନିଥିଲେ । ରଣଦୀପ ତାଙ୍କ ପୋଷ୍ଟରେ ଦଲବୀରଙ୍କୁ ଜଣେ ଯୋଦ୍ଧା ବୋଲି ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି, ନିଶ୍ଚୟ ଘରକୁ ଆସିବ, ଜାଣି ନଥିଲି ସେ ଶେଷ ଥର ପାଇଁ କହିଥିଲେ । ମୁଁ ଗଲି, କି;ୁ ସେ ଚାଲି ଯାଇଥିଲେ । ଦଲବୀର ଜୀ ଆମକୁ ଏତେ ଶୀଘ୍ର ଛାଡିବେ ବୋଲି କେହି କଳ୍ପନା କରିପାରିବେ ନାହିଁ ।




