ଓ ମାଇ ଗଡରେ ରାଣୀ

ଓ ମାଇ ଗଡରେ ରାଣୀ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଆକସନ କମେଡି କରିବେ ସଲମାନ

ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜ୍ଜୀଙ୍କୁ ଫିଲ୍ମ ଓମାଇ ଗଡରେ ଦେଖିବାକୁ ମିଳିବ । ଫ୍ରାଞ୍ଚାଇଜର ତୃତୀୟ ଭାଗରେ ରାଣୀ ସାମିଲ ହେବାନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଯଦି ଏହି କାଷ୍ଟିଂ ଫାଇନାଲ ହୁଏ ତେବେ ପ୍ରଥମଥର ପାଇଁ ରାଣୀ ଓ ଅକ୍ଷୟ କୁମାରଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ । ଫିଲ୍ମ ବର୍ତ୍ତମାନ ପ୍ରି ପ୍ରଡକସନ୍ ଷ୍ଟେଜରେ ଅଛି । ମେକର୍ସ ଏହାର ସୁଟିଂ ୨୦୨୬ ମଧ୍ୟ ଭାଗରେ ଆରମ୍ଭ କରିବେ ବୋଲି ଜଣା ପଡିଛି । ଫିଲ୍ମର ତୃତୀୟ ଭାଗ ନିର୍ଦ୍ଦେଶନା ଦାୟିତ୍ବ ଅମିତ ରାୟ ସମ୍ଭାଳିବେ ବୋଲି ଜଣା ପଡିଛି । ଦ୍ବିତୀୟ ଭାଗର ନିର୍ଦ୍ଦେଶନା ମଧ୍ୟ ଅମିତ ହିଁ କରିଥିଲେ । ତେବେ ଏହି ଫିଲ୍ମରେ ରାଣୀଙ୍କର ଏଣ୍ଟ୍ରି ପରେ ଫିଲ୍ମଟି ଆହୁରି ବ୍ଲକ ବଷ୍ଟର ହେବ ବୋଲି ମେକର୍ସ ଆଶା ରଖିଛନ୍ତି । ସେହିଭଳି ରାଣୀ ଏବଂ ଅକ୍ଷୟଙ୍କୁ ଏକାଠି ଦେଖିବାକୁ ଫ୍ୟାନମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ରାଣୀଙ୍କ ଏଣ୍ଟ୍ରି ଫିଲ୍ମକୁ ଏକ ନୂଆ ଦିଗ ଦେବ ବୋଲି ସମୀକ୍ଷକ ଆଲୋଚନା କରୁଛନ୍ତି । ଫିଲ୍ମକୁ ସୁପରହିଟ କରିବା ପାଇଁ ମେକର୍ସ ଏହି ପଦକ୍ଷେପ ନେଇଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚା ହେଉଛି ।

ସମ୍ବନ୍ଧିତ ଖବର ବିଗସ୍କ୍ରିନ ଡେବ୍ୟୁ

Tags: