ପୁଣି ଚାଲିବ ‘ରାମାୟଣ’ ଓ ‘ମହାଭାରତ’

ସମୟ ଲାଇଭ୍‍,୨୭/୩; ଦେଶରେ କରୋନା ସଂକ୍ରମଣ ମହାମାରୀର ରୂପ ନେଇଥିବାବେଳେ ଘରେ ବସିରହିବା ପାଇଁ ଏହାର ଏକମାତ୍ର ଉପଚାର କୁହାଯାଉଛି। ତେବେ ଦେଶରେ ଲକ୍‍ ଡ଼ାଉନ୍‍ ଘୋଷଣା ହେବାପରେ ଲୋକମାନେ ଘରେ ରହିବା ସହ ବିରକ୍ତି ଭାବ ପ୍ରକାଶ ପାଉଛି। ଏପରି ସ୍ଥିତିରେ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବର ଜାଗରଣ ପାଇଁ ଟିଭି ପରଦାରେ ପୁଣି ଥରେ ‘ରାମାୟଣ’ ଓ ‘ମହାଭାରତ’ ପରି ପୌରାଣିକ କଥା ପ୍ରସାରିତ ହେବାକୁ ଯାଉଛି। କେନ୍ଦ୍ର ସରକାର ଓ ଦେଶର ସମସ୍ତ […]

Samaya Live Picture
Published On

ସମୟ ଲାଇଭ୍‍,୨୭/୩; ଦେଶରେ କରୋନା ସଂକ୍ରମଣ ମହାମାରୀର ରୂପ ନେଇଥିବାବେଳେ ଘରେ ବସିରହିବା ପାଇଁ ଏହାର ଏକମାତ୍ର ଉପଚାର କୁହାଯାଉଛି। ତେବେ ଦେଶରେ ଲକ୍‍ ଡ଼ାଉନ୍‍ ଘୋଷଣା ହେବାପରେ ଲୋକମାନେ ଘରେ ରହିବା ସହ ବିରକ୍ତି ଭାବ ପ୍ରକାଶ ପାଉଛି। ଏପରି ସ୍ଥିତିରେ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବର ଜାଗରଣ ପାଇଁ ଟିଭି ପରଦାରେ ପୁଣି ଥରେ ‘ରାମାୟଣ’ ଓ ‘ମହାଭାରତ’ ପରି ପୌରାଣିକ କଥା ପ୍ରସାରିତ ହେବାକୁ ଯାଉଛି। କେନ୍ଦ୍ର ସରକାର ଓ ଦେଶର ସମସ୍ତ ରାଜ୍ୟ ସରକାର ଲୋକଙ୍କୁ ଏହି ମହାମାରୀରୁ ସୁରକ୍ଷା ଦେବା ପାଇଁ ଦିନରାତି ଏକ କରିଛନ୍ତି। ଅନ୍ୟପଟେ ଲୋକଙ୍କ ମନରୋଞ୍ଜନ ପାଇଁ ଟେଲିଭିଜନ ଇଣ୍ଡଷ୍ଟ୍ରୀ ପ୍ରୟାସ କରୁଛି। ତେବେ ଲୋକଙ୍କ ରୁଚି ଅନୁସାରେ ୯୦ ଦଶକର ଏହି ଧାରାବାହିକର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି।

Tags: