ରାମ ଚରଣ କରିଛନ୍ତି ରିପ୍ଲେସ !
ରାମ ଚରଣ ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ ସ୍ପୋର୍ଟସ୍ ଆକ୍ସନ ଡ୍ରାମା ଫିଲ୍ମ 'ପେଦି' ୪ ଜୁନ୍ ୨୦୨୬ରେ ରିଲିଜ ହେବ । ତେବେ ଏହି ଚଳଚ୍ଚିତ୍ର ପାଇଁ ପୂର୍ବରୁ ଜୁନିଅର ଏନଟିଆର ପ୍ରଥମ ପସନ୍ଦ ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ନିର୍ଦ୍ଦେଶକ ବୁଚି ବାବୁ ସାନା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଛନ୍ତି ଯେ ସେ ଜୁନିଅର ଏନଟିଆରଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍କ୍ରିପ୍ଟ ଶୁଣାଇଥିଲେ । 'ପେଦି' କେବଳ ରାମ ଚରଣଙ୍କୁ ମନରେ ରଖି ଲେଖାଯାଇଥିଲା। କ୍ରିକେଟ୍, କୁସ୍ତି ଏବଂ ଦୌଡ଼ ଭଳି ଏକାଧିକ କ୍ରୀଡ଼ାରେ ପାରଙ୍ଗମ ଜଣେ ଗ୍ରାମୀଣ ଯୁବକର ସଂଘର୍ଷକୁ ଏହି ଫିଲ୍ମରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରରେ ଶିବ ରାଜକୁମାର, ଦିବ୍ୟେନ୍ଦୁ ଏବଂ ବୋମାନ ଇରାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେହିଭଳି ରାମ ଚରଣ ଓ ଜାହ୍ନବୀଙ୍କ ଯୋଡିକୁ ପରଦାରେ ଦର୍ଶକ ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି । ସୋସିଆଲ ମିଡିଆର ଫିଲ୍ମର ଖୁବ ପ୍ରମୋସନ ହେଉଥିବା ଦେଖିବାକୁ ମିଳୁଛି ।
Tags:



