ରାକ୍ଷୀ ପଚାରିଲେ ଏହି ନଅ ଜଣଙ୍କ ମଧ୍ୟରୁ ମୋ ସ୍ୱାମୀ କିଏ !
ସମୟ ଲାଇଭ୍,୧୦/୧୦: ବିବାଦର ମଲ୍ଳିକା କୁହାଯାଉଥିବା ରାକ୍ଷୀ ସାୱନ୍ତ ପ୍ରତି ଦ୍ୱିତୀୟ ଦିନ କିଛି ନା କିଛି ଭିଡ଼ିଓ କି ଫଟୋ ସେୟାର କରିଥା’ନ୍ତି। ନିକଟରେ ପତିଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଛୋଟ ଡ଼୍ରେସ୍ ପିନ୍ଧି ଅଭିନୟ ନ କରିବାକୁ ନିଷ୍ପତ୍ତିନେଇଥିବା ରାକ୍ଷୀ ଏବେ ୯ ଜଣ ପୁରୁଷଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଏହି ଫଟୋ ପୋଷ୍ଟ କରିବା ସହ କିଏ ତାଙ୍କ ପତି ଚିହ୍ନିବା ପାଇଁ ଦର୍ଶକଙ୍କୁ ପଚାରିିଛନ୍ତି। ଏମିତିରେ […]
ସମୟ ଲାଇଭ୍,୧୦/୧୦: ବିବାଦର ମଲ୍ଳିକା କୁହାଯାଉଥିବା ରାକ୍ଷୀ ସାୱନ୍ତ ପ୍ରତି ଦ୍ୱିତୀୟ ଦିନ କିଛି ନା କିଛି ଭିଡ଼ିଓ କି ଫଟୋ ସେୟାର କରିଥା’ନ୍ତି। ନିକଟରେ ପତିଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଛୋଟ ଡ଼୍ରେସ୍ ପିନ୍ଧି ଅଭିନୟ ନ କରିବାକୁ ନିଷ୍ପତ୍ତିନେଇଥିବା ରାକ୍ଷୀ ଏବେ ୯ ଜଣ ପୁରୁଷଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି।

ସେ ଏହି ଫଟୋ ପୋଷ୍ଟ କରିବା ସହ କିଏ ତାଙ୍କ ପତି ଚିହ୍ନିବା ପାଇଁ ଦର୍ଶକଙ୍କୁ ପଚାରିିଛନ୍ତି। ଏମିତିରେ ରାକ୍ଷୀଙ୍କ ପତି କେହି ଚିହ୍ନିବା ଏତେ ସହଜ ନୁହେଁ। ତେବେ ଏହି ଫଟୋଗୁଡ଼ିକ ରାକ୍ଷୀ ଗୁଗୁଲରୁ ଡ଼ାଉନଳୋଡ଼ କରିଥିବା କୁହାଯାଉଛି।

ଗୁପ୍ତରେ କୌଣସି ଏକ ହୋଟେଲରେ ରାକ୍ଷୀ ବିବାହ କରିଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ କେହି ବି ରାକ୍ଷୀଙ୍କ ପତିଙ୍କୁ ଦେଖିନାହାନ୍ତି ।

ରାକ୍ଷୀ ମଧ୍ୟ ତାଙ୍କ ସହ କୌଣସି ଫଟୋ କିମ୍ବା ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିନାହାନ୍ତି
। ଏମିତିରେ ରାକ୍ଷୀଙ୍କ ପତି କେହି ଚିହ୍ନିବା ଏତେ ସହଜ ନୁହେଁ।
Tags:




