ରାହା ବଦଳାଇଥିଲେ ମନ

ରାହା ବଦଳାଇଥିଲେ ମନ
Ipsita Picture
By: Ipsita
Published On

 

ନୀତିଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ରାମାୟଣର ପ୍ରଥମ ଟିଜର ମୁକ୍ତି ଲାଭ କରିଛି ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।  ରଣବୀରଙ୍କ ରାମ ଲୁକକୁ ଦର୍ଶକ ଭଲପାଇବା ଦେଉଥିବା ଦେଖିବାକୁ ମିଳିଛି । ହେଲେ ଏହି ଅଫରକୁ ପ୍ରଥମରୁ ରଣବୀର ରିଜେକ୍ଟ କରିଥିବା ନିକଟରେ ପ୍ରକାଶ କରିଛନ୍ତି । ନିକଟରେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ଏକ ସ୍ପେଶାଲ ପ୍ରିଭ୍ୟୁ ସେସନରେ ରଣବୀର ଏହି ଖୁଲାସା କରିଛନ୍ତି ।  ସେ ପ୍ରଥମେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ, କିନ୍ତୁ ୨୦୨୨ରେ ଝିଅ ରାହାର ଜନ୍ମ ପରେ ତାଙ୍କ ଚିନ୍ତାଧାରା ବଦଳିଯାଇଥିଲା ଏବଂ ସେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ରଣବୀର ପ୍ରକାଶ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସହ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ । ସେହିଭଳି ରଣବୀର ଏହି ଭୂମିକା ପାଇଁ  ରାମାନନ୍ଦ ସାଗରଙ୍କ ରାମାୟଣଦେଖିବା ସହ  ଆଧ୍ୟାତ୍ମିକ ଭାବେ ନିଜକୁ ପ୍ରସ୍ତୁତ କରିଥିଲେ । ପ୍ରଯୋଜକ ନମିତ ମାଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଦୁଇଟି ଭାଗରେ ନିର୍ମିତ ହେବାକୁ ଥିବା ଏହି ମହାଗାଥାର ବଜେଟ୍ ପ୍ରାୟ ୪,୦୦୦ କୋଟି ଟଙ୍କା ରଖାଯାଇଛି, ଯେଉଁଥିରେ ଓସ୍କାର ବିଜେତା ହାନ୍ସ ଜିମର ଏବଂ ଏ.ଆର. ରହମାନ ପ୍ରଥମ ଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ।  ଏହି ମେଗା ପ୍ରୋଜେକ୍ଟରେ ୟଶ୍ , ସନି ଦେଓଲ ଏବଂ ରବି ଦୁବେଙ୍କ ଭଳି କଳାକାରଙ୍କୁ  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଭାରତୀୟ ସିନେମା ଜଗତରେ ଫିଲ୍ମଟି ଏକ ନୂତନ ଇତିହାସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Tags: