ଲାକମେ ଫ୍ୟାଶନ୍ ୱିକରେ ଆପ୍ ନେତାଙ୍କ ଜଲୱା
ମୁମ୍ୱାଇ: ମାର୍ଚ୍ଚ ୨୯: ଲାକମେ ଫ୍ୟାଶନ ଓ୍ୱିକର ଚର୍ଚ୍ଚା ସବୁବେଳେ ଦେଖାଯାଏ । କେତେବେଳେ ଡିଜାଇନର ଡ୍ରେସ୍ ତ ପୁଣି କେତେବେଳେ ବିଭିନ୍ନ ବଲିଉଡ୍ ଷ୍ଟାରଙ୍କ ଭିନ୍ନ ଅନ୍ଦାଜ ପାଇଁ, ଏହି ଶୋ ସବୁବେଳେ ବେଶ୍ ଲାଇମ ଲାଇଟ ସାଉଁଟେ । କିନ୍ତୁ ଏଥରର ଶୋ କୌଣସି ସେଲିବ୍ରିଟିଙ୍କ ପାଇଁ ନୁହେଁ ବରଂ ଜଣେ ନେତାଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ଦେଖିବାକୁ ମିଳିଥିଲା ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ଏଥର ଶୋ […]
ମୁମ୍ୱାଇ: ମାର୍ଚ୍ଚ ୨୯: ଲାକମେ ଫ୍ୟାଶନ ଓ୍ୱିକର ଚର୍ଚ୍ଚା ସବୁବେଳେ ଦେଖାଯାଏ । କେତେବେଳେ ଡିଜାଇନର ଡ୍ରେସ୍ ତ ପୁଣି କେତେବେଳେ ବିଭିନ୍ନ ବଲିଉଡ୍ ଷ୍ଟାରଙ୍କ ଭିନ୍ନ ଅନ୍ଦାଜ ପାଇଁ, ଏହି ଶୋ ସବୁବେଳେ ବେଶ୍ ଲାଇମ ଲାଇଟ ସାଉଁଟେ । କିନ୍ତୁ ଏଥରର ଶୋ କୌଣସି ସେଲିବ୍ରିଟିଙ୍କ ପାଇଁ ନୁହେଁ ବରଂ ଜଣେ ନେତାଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥର ଦେଖିବାକୁ ମିଳିଥିଲା ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ଏଥର ଶୋ ଷ୍ଟପର ଥିଲେ ଆମ୍ ଆଦମୀ ପାର୍ଟିର ଷ୍ଟାଇଲିସ୍ ନେତା ଭାବରେ ବିବେଚିତ ରାଘବ ଚଡ୍ଡା । ଡିଜାଇନର୍ ପୱନ ସଚ୍ଚଦେବଙ୍କ ଶୋରେ ଅଂଶଗ୍ରହଣ କରିବା ସହ ସେ ରାମ୍ପ ଓ୍ୱାକ୍ ବି କରିଥିଲେ । ଯେତେବେଳେ ରାଘବ ରାମ୍ପରେ ଚାଲିଥିଲେ, ସେତେବେଳେ ତାଙ୍କୁ ଦର୍ଶକଙ୍କ ବହୁତ କରତାଳି ମିଳିଥିଲା । ତାଙ୍କ ଲୁକରେ ତାଜୁବ ହୋଇଯାଇଥିଲେ ଦର୍ଶକ । ତେବେ ଲାକମେ ଫ୍ୟାଶନ ସପ୍ତାହରେ ରାମ୍ପ ୱାକରରେ ସୋ-ଷ୍ଟପର୍ ଭାବରେ ଯୋଗ ଦେଇଥିବା ଆପ୍ ନେତା ରାଘବ ଚଡ୍ଡାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।




