ଶୀଘ୍ର ରିଲିଜ
By: Ipsita
ସମ୍ବନ୍ଧିତ ଖବର ରଶ୍ମିକାଙ୍କ କଡା ଆଭିମୁଖ୍ୟ
ଲେଡି ସୁପରଷ୍ଟାର ନୟନତାରା ଏବଂ ଅଭିନେତା କଭିନଙ୍କ ରୋମାଣ୍ଟିକ ଡ୍ରାମା ‘ହାଏ’ ଆସନ୍ତା ଏପ୍ରିଲ ୨୦୨୬ରେ ପ୍ରେକ୍ଷାଳୟକୁ ଆସିବାନେଇ ସୂଚନା ମିଳିଛି । ଯାହା ପୂର୍ବ ନିର୍ଦ୍ଧାରିତ ମେ ମାସରେ ରିଲିଜ ନହୋଇ ଏପ୍ରିଲରେ ହେବ, ତେବେ ଶୀଘ୍ର ରିଲିଜକୁ ନେଇ ଦର୍ଶକଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ବିଷ୍ଣୁ ଏଡାଭାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ ଆବାସିକ କୋଠାରେ ରହୁଥିବା ଦୁଇଜଣ ଭଡ଼ାଟିଆଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି, ଯେଉଁଥିରେ ନୟନତାରା ଏବଂ କଭିନଙ୍କୁ ଏକ ସୁନ୍ଦର ଅନ୍ଦାଜରେ ଦେଖିବାକୁ ମିଳିଛି। ନୟନ ତାରାଙ୍କୁ ଆଗକୁ ୟଶଙ୍କ ଅଭିନୀତ ‘ଟକ୍ସିକ୍’ରେ ମଧ୍ୟ ଦେଖିବାକୁ ମିଳିବ, ଯାହା ଚଳିତ ବର୍ଷ ଜୁନରେ ପରଦାକୁ ଆସିବବୋଲି ସୂଚନା ରହିଛି ।
ସମ୍ବନ୍ଧିତ ଖବର ଓସ୍କାର @ ୨୬
Tags:



