ଅଭିନୟକୁ ନେଇ ପ୍ରଶ୍ନ

ଅଭିନୟକୁ ନେଇ ପ୍ରଶ୍ନ
Ipsita Picture
By: Ipsita
Published On

 

ନିକଟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୟ ଉପରେ ପ୍ରଶ୍ନ ଉଠାଯାଇଥିବାର ଦେଖିବାକୁ ମିଳିଛି । ତେବେ ଏହି ପ୍ରଶ୍ନ ଅଭିନେତ୍ରୀ ଶ୍ରେୟା ଶର୍ମା ପରୋକ୍ଷରେ ଉଠାଇଛନ୍ତି । ତାଙ୍କ ମତରେ କବୀର ସିଂ ଫିଲ୍ମରେ ସେ କିଆରାଙ୍କ ଠାରୁ ଅଧିକ ଭଲ ପ୍ରଦର୍ଶନ କରିଥାଆନ୍ତେ । ସେହି ଫିଲ୍ମରେ କିଆରାଙ୍କ ସ୍ଥାନରେ ତାଙ୍କୁ ଅଭିନୟ କରିବାର ଥିଲା ବୋଲି ସେ ମତ ଦେଇଛନ୍ତି । ସେହିଭଳି ଆଗକୁ ସାହିଦ କପୁର ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବାର ଇଚ୍ଛା ରଖିଛନ୍ତି । ସେହିଭଳି ମସ୍ତି ୪ରେ ଅଭିନୟ କରି  ଖୁସି ଅଛନ୍ତି ଶ୍ରେୟା । ଜଣେ ଦନ୍ତ ଚିକିତ୍ସକରୁ ଅଭିନେତ୍ରୀ ହେବାର ଯାତ୍ରା ତାଙ୍କପାଇଁ ଖୁବ ରୋମାଞ୍ଚକର ଥିଲାବୋଲି ସେ କହିଛନ୍ତି ।

Tags: