ଭଉଣୀଙ୍କ ପାଇଁ ଗର୍ବିତ
ସୋସିଆଲ ମିଡିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଡଲି ଜାଭେଦ ଏବେ ଖୁବ ଚର୍ଚ୍ଚାରେ । ବର୍ତ୍ତମାନ ତାଙ୍କୁ ନୂଆ ରିଆଲିଟି ସୋ ‘ଆଲାୟନ୍ସ’ରେ ଜଣେ ଚର୍ଚ୍ଚିତ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳୁଛି । ନିଜର ନିର୍ଭୀକ ସ୍ୱଭାବ, ଆତ୍ମବିଶ୍ୱାସ ଓ ସ୍ପଷ୍ଟବାଦିତା ପାଇଁ ଶୋରେ ସେ ଏକ ସ୍ବତନ୍ତ୍ରସ୍ଥାନ ସୃଷ୍ଟି କରିପାରିଛନ୍ତି । ଘର ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଡଲି, ଶୋ’କୁ ଜିତିବା ପାଇଁ ଏକ ଦୃଢ଼ ଦାବିଦାର ସାଜିଛନ୍ତି। ତେବେ ଶୋକୁ ଯିବା ଆଗରୁ ଭଉଣୀ ତଥା ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଭଉଣୀ ହୋଇଥିବାରୁ ସେ ଗର୍ବ କରନ୍ତି ବୋଲି ମତ ଦେଇଥିଲେ । ସେ ସବୁବେଳେ ଉର୍ଫିଙ୍କ ସଫଳତାକୁ ନେଇ ଖୁବ ଖୁସି ହେବା ସହ ଗର୍ବ ଅନୁଭବ କରନ୍ତି । ସେହିଭଳି ସେ ଉର୍ଫିଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଥିଲେ । ଜୀବନରେ କିଭଳି ଆଗକୁ ବଢିବା ସହିତ ନିଜର ଧ୍ୟାନ ମଧ୍ୟ ରଖିବାକୁ ହେଇଥାଏ ସେନେଇ ଉର୍ଫିଙ୍କୁ କିଛି ଟିପ୍ସ ଦେଇଥିଲେ । ଆଗକୁ ଡଲି ଅଭିନୟ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିବାକୁ ଆଶା ରଖି ଏହି ଶୋରେ ଯାଇଥିବା ପ୍ରକାଶ କରିଥିଲେ ।




