ଡେବ୍ୟୁ ବେଳେ ବିରୋଧ
ବର୍ତ୍ତମାନ ବି ଟାଉନ୍ର ଜଣେ ଆଗଧାଡିର ଅଭିନେତ୍ରୀ ସହିତ ଆଗାମୀ ସୁପରଷ୍ଟାର ଭାବେ ଆଲିଆଙ୍କୁ ଗଣାଯାଇଥାଏ । ଆଜି ସମସ୍ତଙ୍କର ପସନ୍ଦ ପାଲଟିଥିବା ଆଲିଆଙ୍କୁ କିନ୍ତୁ ଡେବ୍ୟୁ ବେଳେ ବିରୋଧ କରାଯାଇଥିଲା । ଫିଲ୍ମ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର’ରେ ଆଲିଆଙ୍କ କାଷ୍ଟ୍କୁ ବିରୋଧ କରାଯାଇଥିଲା । ଏହି ବିରୋଧ ଅନ୍ୟକେହି ନୁହେଁ ବରଂ ଆଲିଆଙ୍କର କୋ ଷ୍ଟାର ବରୁଣ ଧୱନ ଓ ସିଦ୍ଧାର୍ଥ ମଲହୋତ୍ରା ହିଁ କରିଥିଲେ । ସୂଚନା ଅନୁସାରେ ବରୁଣ ଓ ସିଦ୍ଧାର୍ଥଙ୍କୁ ଆଲିଆ […]
ବର୍ତ୍ତମାନ ବି ଟାଉନ୍ର ଜଣେ ଆଗଧାଡିର ଅଭିନେତ୍ରୀ ସହିତ ଆଗାମୀ ସୁପରଷ୍ଟାର ଭାବେ ଆଲିଆଙ୍କୁ ଗଣାଯାଇଥାଏ । ଆଜି ସମସ୍ତଙ୍କର ପସନ୍ଦ ପାଲଟିଥିବା ଆଲିଆଙ୍କୁ କିନ୍ତୁ ଡେବ୍ୟୁ ବେଳେ ବିରୋଧ କରାଯାଇଥିଲା । ଫିଲ୍ମ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର’ରେ ଆଲିଆଙ୍କ କାଷ୍ଟ୍କୁ ବିରୋଧ କରାଯାଇଥିଲା । ଏହି ବିରୋଧ ଅନ୍ୟକେହି ନୁହେଁ ବରଂ ଆଲିଆଙ୍କର କୋ ଷ୍ଟାର ବରୁଣ ଧୱନ ଓ ସିଦ୍ଧାର୍ଥ ମଲହୋତ୍ରା ହିଁ କରିଥିଲେ । ସୂଚନା ଅନୁସାରେ ବରୁଣ ଓ ସିଦ୍ଧାର୍ଥଙ୍କୁ ଆଲିଆ ଫିଲ୍ମର ଚରିତ୍ର ପାଇଁ ଖୁବ ୟଙ୍ଗ ଲାଗୁଥିଲେ । ଏନେଇ କଫି ଉଇଥ୍ କରଣ ଶୋ’ରେ ଖୁଲାସା ହୋଇଛି । ତେବେ କରଣ କିନ୍ତୁ ଆଲିଆଙ୍କ କାଷ୍ଟ୍ ନେଇ ପୂରା ସିୟୋର ଥିଲେ । ଆଲିଆଙ୍କର ଫଟୋ ସୁଟ୍ ସମୟରେ ହିଁ କରଣ ତାଙ୍କର ପ୍ରତିଭାକୁ ଚିହ୍ନିଥିବା ପ୍ରକାଶ କରିଛନ୍ତି । ଆଲିଆଙ୍କୁ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର’ରେ କାଷ୍ଟ କରିବା ନିଷ୍ପତ୍ତି ଭୁଲ ନଥିଲାବୋଲି କରଣ ଏହି ଶୋ’ରେ ପ୍ରକାଶ କରିଛନ୍ତି । ସେତେବେଳେ ସେ ନିଜର ନିଷ୍ପତ୍ତି ବଦଳାଇ ନଥିବାରୁ ବର୍ତ୍ତମାନ ଖୁବ ଖୁସି ଥିବା କରଣ ପ୍ରକାଶ କରିଛନ୍ତି ।




