ବଦଳୁଛି ପ୍ରୋଜେକ୍ଟ

ବଦଳୁଛି ପ୍ରୋଜେକ୍ଟ
Ipsita Picture
By: Ipsita
Published On

 

ଫରହାନ ଅଖତର ବର୍ତ୍ତମାନ ପାଇଁ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ଡନ୍ ୩' ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜର ସବୁଠାରୁ ପ୍ରିୟ ପ୍ରୋଜେକ୍ଟ 'ଜୀ ଲେ ଜରା' ଉପରେ ଧ୍ୟାନ ଦେଉଛନ୍ତି। ରଣବୀର ସିଂ ଏହି ଫିଲ୍ମରୁ ଓହରିବା ପରେ 'ଡନ୍ ୩' କୁ ନେଇ ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ, ଫରହାନ କାଷ୍ଟିଂ ପ୍ରକ୍ରିୟାରେ କୌଣସି ଶୀଘ୍ରତା କରିବାକୁ ଚାହୁଁନାହାଁନ୍ତି। ଏହି ଆଇକନିକ୍ ଫ୍ରାଞ୍ଚାଇଜ୍କୁ ଆଗକୁ ନେବା ପାଇଁ ସେ ଜଣେ ଯୋଗ୍ୟ ଚେହେରା ଖୋଜୁଛନ୍ତି। ସୂଚନା ଅନୁସାରେ "ଫରହାନ ଅନୁଭବ କରୁଛନ୍ତି ଯେ 'ଡନ୍' ପାଇଁ କାଷ୍ଟିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଭୂମିକା ପାଇଁ କିଏ ଉପଯୁକ୍ତ ହେବ ସେ ନେଇ ସେ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଚାହୁଁଛନ୍ତି, ଏବଂ ଏହା ଏକ ଦୀର୍ଘ ପ୍ରକ୍ରିୟା। ଏହି ନିଷ୍ପତ୍ତି ସହିତ, ଫରହାନ ଏବେ କ୍ୟାଟ୍ରିନା କୈଫ୍, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଅଭିନୀତ 'ଜୀ ଲେ ଜରା' ପାଇଁ ପୁଣିଥରେ ଆଲୋଚନା ଆରମ୍ଭ କରିଛନ୍ତି, ଯାହାକୁ ନେଇ ଘୋଷଣା ଦିନଠାରୁ ହିଁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। 'ଜୀ ଲେ ଜରା'ର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଛି, କିନ୍ତୁ ତିନିଜଣ ଅଭିନେତ୍ରୀଙ୍କ ସମୟ  ମିଳିବାରେ ସମସ୍ୟା ହେଉଥିବାରୁ ଏହା ବିଳମ୍ବ ହେଉଥିଲା। ଯଦି ସବୁକିଛି ଠିକ୍ ରହେ, ତେବେ ୨୦୨୬ର ଶେଷଭାଗରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ।

Tags: