ସବୁରି ପଛରେ ପ୍ରିୟଙ୍କା

ସବୁରି ପଛରେ ପ୍ରିୟଙ୍କା
Ipsita Picture
By: Ipsita
Published On

 

ପଞ୍ଜାବର ପୂର୍ବତନ ବିଧାୟିକା ନବଜୋତ କୌର ସିଦ୍ଧୁ ଏକ ସାକ୍ଷାତକାରରେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ରାଘବ ଚଢ଼ାଙ୍କ ବିଜେପିରେ ଯୋଗଦାନକୁ ନେଇ ଏକ ବିସ୍ଫୋରକ ଦାବି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପ୍ରଭାବ ଖଟାଇ ବିଜେପିର ବରିଷ୍ଠ ନେତାଙ୍କ ସହ କଥା ହୋଇ ରାଘବଙ୍କୁ ବିଜେପିରେ  ସାମିଲ କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସିର ତଦନ୍ତରୁ ରାଘବଙ୍କୁ ବଞ୍ଚାଇବା ସହ ତାଙ୍କ ପାଇଁ ରାଜନୈତିକ ସୁରକ୍ଷା କବଚ  ପ୍ରିୟଙ୍କା ପ୍ରସ୍ତୁତ କରିଥିଲେ । ନବଜୋତଙ୍କ ଅନୁଯାୟୀ, ଯେତେବେଳେ ଆମ୍ ଆଦମୀ ପାର୍ଟି ସହ ରାଘବଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା, ସେତେବେଳେ ପରିଣୀତି ଚୋପ୍ରା ନିଜ ଭଉଣୀ ପ୍ରିୟଙ୍କାଙ୍କ ସାହାଯ୍ୟ ମାଗିଥିଲେ । ଏହି ରାଜନୈତିକ ସେଟିଂଯୋଗୁଁ ରାଘବ ୨୪ ଏପ୍ରିଲରେ ବିଜେପିରେ ସାମିଲ ହୋଇ ଇଡି ଏବଂ ସିବିଆଇ ତଦନ୍ତରୁ ରକ୍ଷା ପାଇଗଲେ ବୋଲି ନବଜୋତ ସୂଚନା ଦେଇଛନ୍ତି ।

Tags: