ବଡ ପ୍ରୋଜେକ୍ଟରେ ପ୍ରିୟଙ୍କା
ପ୍ରିୟଙ୍କା ସବୁବେଳେ ନିଜର ପ୍ରୋଜେକ୍ଟ ପାଇଁ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ସେହିଭଳି ଏକ ବଡ଼ ପ୍ରୋଜେକ୍ଟରେ ସେ ନଜର ଆସିବାକୁ ଯାଉଛନ୍ତି । ଆଗକୁ ପ୍ରିୟଙ୍କା ଚୋପ୍ରାଙ୍କୁ ହଲିଉଡର ଆଞ୍ଜେଲିନା ଜୋଲିଙ୍କ ସହ ଏକାଠି ସ୍କ୍ରିନ ସେୟାର କରୁଥିବାର ଦର୍ଶକ ଦେଖିବେ । ଏନେଇ ସୂଚନା ମିଳିବାପରେ ପିସିଙ୍କର ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ନିଜେ ପ୍ରିୟଙ୍କା, ଆଞ୍ଜେଲିନାଙ୍କ ସହ କାମ କରିବା କଥାନେଇ ସୂଚନା ଦେଇଛନ୍ତି । ତେବେ ଏହି ପ୍ରୋଜେକ୍ଟ ଏକ ହାଇ-ପ୍ରୋଫାଇଲ୍ ଫିଲ୍ମ, ବ୍ୟାବସାୟିକ ବିଜ୍ଞାପନ କିମ୍ବା କୌଣସି ସୋସିଆଲ କାର୍ଯ୍ୟକ୍ରମ ହେବ ତାହାକୁ ନେଇ ସ୍ପଷ୍ଟ ସୂଚନା ଜଣା ପଡିନାହିଁ । ବର୍ତ୍ତମାନ ପିସି ନିଜ କ୍ୟାରିୟରର ସବୁଠାରୁ ବ୍ୟସ୍ତବହୁଳ ପର୍ଯ୍ୟାୟରେ ଅଛନ୍ତି । ଆଗକୁ ତାଙ୍କର ମହେଶ ବାବୁ ଏବଂ ପୃଥ୍ୱୀରାଜ ସୁକୁମାରନ୍ଙ୍କ ସହ ଏସ.ଏସ. ରାଜାମୌଲିଙ୍କ ନିର୍ଦ୍ଦେଶିତ ମେଗା ଫିଲ୍ମ ‘ବାରାଣସୀ’ ଆସିବାକୁ ଅଛି । ଏହା ବ୍ୟତୀତ ତାଙ୍କ ହାତରେ ମୀରା ନାୟାରଙ୍କ ଜୀବନୀ ଭିତ୍ତିକ ନାଟକ ‘ଅମ୍ରି’ ଏବଂ ନିକୋଲାସ୍ ଷ୍ଟୋଲରଙ୍କ ‘ଜଜ୍ମେଣ୍ଟ ଡେ’ ଭଳି ବହୁ ପ୍ରତୀକ୍ଷିତ ଆନ୍ତର୍ଜାତୀୟ ପ୍ରୋଜେକ୍ଟ ମଧ୍ୟ ରହିଛି




