ଗିରଫ ହୋଇଛନ୍ତି ପ୍ରିନ୍ସ !
By: Ipsita
ସମ୍ବନ୍ଧିତ ଖବର ଏକ୍ସପ୍ଲୋର କରିବାକୁ ରହିଛି ଇଚ୍ଛା
ପ୍ରିନ୍ସ ନରୁଲାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ପୋଲିସ ଗିରଫ କରୁଥିବା ଦେଖିବାକୁ ମିଳୁଛି । ଯାହାପରେ ସୋସିଆଲ ମିଡିଆରେ ପ୍ରିନ୍ସ ଗିରଫ ହୋଇଥିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ହେଲେ ନିକଟରେ ପ୍ରିନ୍ସ ଏହାକୁ ନେଇ ମୁହଁ ଖୋଲିଛନ୍ତି । ଭିଡିଓଟି ସତ ନୁହେଁ ବରଂ ଏକ ବ୍ରାଣ୍ଡର ପ୍ରମୋସନ ଭିଡିଓ ବୋଲି ସେ ମତ ଦେଇଛନ୍ତି । ସେ ସତରେ ଗିରଫ ହୋଇନାହାନ୍ତି ବୋଲି ଫ୍ୟାନଙ୍କୁ ସୂଚନା ଦେଇଛନ୍ତି । ତେବେ ଫ୍ୟାନଙ୍କୁ ଏହି ସୂଚନା ଖୁବ ଆସ୍ବସ୍ତି ଦେଇଛି । ନିଜର ପ୍ରିୟ କଳାକାର ଗିରଫ ହୋଇଥିବା କଥାକୁ ସେମାନେ ସହଜରେ ହଜମ କରିପାରୁନଥିଲେ । ସୋସିଆଲ ମିଡିଆରେ ପ୍ରିନ୍ସଙ୍କୁ ଏକ ବିବାଦରେ ଗିରଫ କରାଯାଇଥିବାନେଇ ଦାବି କରାଯାଉଥିଲା । ପ୍ରିନ୍ସ ନରୁଲା ରିଆଲିଟି ଶୋର କିଙ୍ଗ ଭାବେ ଜଣାଶୁଣା । ସେ ୨୦୧୫ରେ ଏମ ଟିଭି ରୋଡିଜ ଏକ୍ସ୨ ଶୋର ବିଜେତା ହୋଇଥିଲେ । ଏହାସହ ବିଗ ବସ, ସ୍ପିଲ୍ଟ ଭିଲ୍ଲା , ନଚବଲିଏ ଭଳି ରିଆଲିଟି ଶୋର ବିଜେତା ମଧ୍ୟ ହୋଇଛନ୍ତି ।
ସମ୍ବନ୍ଧିତ ଖବର ଫେରିଲେ କଙ୍ଗନା
Tags:



