ଗର୍ଭବତୀ କଥା ଗୁଜବ

ଗର୍ଭବତୀ କଥା ଗୁଜବ
Ipsita Picture
By: Ipsita


ଗତ କିଛିଦିନ ଥରି ଅଭିନେତ୍ରୀ ସାଂୟତନୀ ଘୋଷ ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ଜାରି ରହିଛି । ତେବେ ଏହି ସମସ୍ତ ଆଲୋଚନାରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ସାଂୟତନୀ । ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହା ଗୁଜବ ବୋଲି ମତ ଦେଇଛନ୍ତି । ଏହାସହ ତାଙ୍କୁ ବଡିସେମିଂ କରୁଥିବାୟୁଜର୍ସଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି । ନିଜ ପୋଷ୍ଟରେ ଖୁବ ବର୍ଷିଛନ୍ତି ସାଂୟତନୀ । ତାଙ୍କ ନିଜ ଶରୀର, ନିଜ ଜୀବନ ତେଣୁ ଏହା ତାଙ୍କର ନିଷ୍ପତ୍ତି ସେ ମୋଟା ହେବେ କି ପତଳା ବୋଲି ସାଂୟତନୀ ପୋଷ୍ଟରେ ଲେଖିଛନ୍ତି । ସେହିଭଳି ତାଙ୍କୁ ନେଇ ମିଛ ଖବରକୁ ସ୍ପ୍ରେଡ ନକରିବା ପାଇଁ ତାଗିଦ କରିଛନ୍ତି । ସେ ବର୍ତ୍ତମାନ ଗର୍ଭବତୀ ନାହାନ୍ତି, ଯେତେବେଳେ ହେବେ ସେତେବେଳେ ସେ ନିଜେ ଜଣାଇବେ ବୋଲି ମତ ଦେଇଛନ୍ତି । ବର୍ତ୍ତମାନ ସେ ଢିଲା ପୋଷାକ ପିନ୍ଧୁଥିବାରୁ ତାଙ୍କୁ ଏଭଳି ଜଜ୍‌ କରାଯାଉଛି ବୋଲି ସେ କହିଛନ୍ତି । ହେଲେ ତାଙ୍କ ଇଚ୍ଛା ସେ ଯାହା ପିନ୍ଧିବେ ବୋଲି ମତ ଦେଇଛନ୍ତି । ଆଜିକାଲିର ଲୋକ ନିଜକୁ ମଡର୍ଣ୍ଣ କହୁଛନ୍ତି ହେଲେ ସେମାନଙ୍କର ଭାବନା ସେହି ପୁରୁଣା ଅଛି ବୋଲି ସଂୟତନୀ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ ୨୦୨୧ରେ ସଂୟତନୀ ବିବାହ କରିଥିଲେ ।

Read More ଟପ୍‌ ୩୦ରେ ଭାରତ

Tags: